Home ଜିଲ୍ଲା ପରିକ୍ରମା ଭଦ୍ରକ ସାଂସ୍କୃତିକ ମହୋତ୍ସବ ଉଦଯାପିତ

ଭଦ୍ରକ ସାଂସ୍କୃତିକ ମହୋତ୍ସବ ଉଦଯାପିତ

20

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ୨ ତାରିଖରୁ ସ୍ଥାନୀୟ ଗାନ୍ଧୀ ପଡ଼ିଆ ଠାରେ ଚାଲିଥିବା ୭ମ ଭଦ୍ରକ ସାଂସ୍କୃତିକ ମହୋତ୍ସବ ଗତକାଲି ସଂଧ୍ୟାରେ ଏକ ବର୍ଣ୍ଣଢ଼୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ରବି ନାରାୟଣ ଖିଲାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଆଗାମୀ ଦିନରେ ମଧ୍ୟ ଏହି ଅନୁଷ୍ଠାନ ଭଦ୍ରକର ସଂସ୍କୃତି, ପରପମ୍ପରାର ବାର୍ତ୍ତାବହ ହୋଇ ରହୁ ବୋଲି ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ନାରୀନେତ୍ରୀ ତାହେରା ଖାତୁନ, ପାରିଷଦ ଜୁଲଫୁକର ଅଲ୍ଲୀ, ଇଂ ଅଭୟ ସୂତାର ପ୍ରମୁଖ ଯୋଗଦେଇ ଅନୁରୂପ ବକ୍ତବ୍ୟ ରଖିଥିଲେ। ଉଦଯାପନୀ ଉସବବରେ କୁନିକୁନି ପିଲାମାନଙ୍କ ଫେସନ ସୋ ସହିତ ମୁନା ମହାପାତ୍ରଙ୍କ ଅକ୍ରେଷ୍ଟ୍ରାରେ ସୁବାଷ ରାମଙ୍କ କଣ୍ଠରେ ଝୁମିଥିଲେ ଉପସ୍ଥିତ ଦର୍ଶକ। ସଭା ଶେଷରେ ଗତ ୧୧ ଦିନ ଧରି ବିଭିନ୍ନ ନୃତ୍ୟ, କୁଇଜ, ସଂଗୀତ, ଫେସନ ସୋରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ନ୍ୟାଟ୍ୟାନୁଷ୍ଠାନ ସମେତ ସାସ୍କୃତିକ ସଂଗଠନମାନଙ୍କର ପିଲା ଓ କର୍ମକର୍ତ୍ତାଙ୍କୁ ପୁରସ୍କୃତ କରାଯାଇଥିଲା। ତାରୋ ଖାତୁନ, ଡାକ୍ତର ଷ୍ଟାଲିନ ଦାସଙ୍କୁ ମଧ୍ୟ ଏହି ଅବସରରେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟିର ବରିଷ୍ଠ ସଦସ୍ୟା କଳ୍ପନା ଜେନା ମଞ୍ଚ ଆମନ୍ତ୍ରଣ କରିଥିବାବେଳେ, ମନୋରମା ରାୟ ସ୍ୱାଗତ ଭାଷଣ, ଚୈତାଳୀ ଖିଲାର ଅତିଥି ପରିଚୟ ପ୍ରଦାନ କରିଥିଲେ। କମିଟିର ସମ୍ପାଦକ ଆଶିଶ ଅମିତାଭ ମହାପାତ୍ର ବାର୍ଷୀକ ବିବରଣୀ ପାଠ କରିଥିବାବେଳେ, କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି ଧନ୍ୟାବଦ ଅର୍ପଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି, ଜଗବନ୍ଧୁ ବେହେରା, ରମେଶ ପାଗଲ, କ୍ଷିତିଶ ବେହେରା, ଶ୍ରାବଣୀ କର, ତେଜସ୍ୱିନୀ ଦାସ, ଜାନକୀ ପାଢ଼ୀ, ଅତିଶ ଦାସ, ସୁବ୍ରତ ଦିକ୍ଷୀତ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାା ଓ ସଦସ୍ୟ କାର୍ଯ୍ରକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.