Home ଜିଲ୍ଲା ପରିକ୍ରମା ସ୍ୱୟଂଚାଳିତ ପୂର୍ବାନୁମାନ ପାଣିପାଗ ପ୍ରତିଷ୍ଠା ପାଇଁ ଦାବି ରଖିଲେ ଭଦ୍ରକ ସାଂସଦ

ସ୍ୱୟଂଚାଳିତ ପୂର୍ବାନୁମାନ ପାଣିପାଗ ପ୍ରତିଷ୍ଠା ପାଇଁ ଦାବି ରଖିଲେ ଭଦ୍ରକ ସାଂସଦ

36

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସଦୀୟ କ୍ଷେତ୍ରର ଆରଡ଼ି, ଧାମରା ଓ ଗୋପଳପୁର ଠାରେ ସ୍ୱୟଂଚାଳିତ ପୂର୍ବାନୁମାନ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା ପାଇଁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଧାମନଗର ପୂର୍ବତନ ବିଧାୟକ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଓ ବିଶ୍ୱପାଣିପାଗ ସଂସ୍ଥାର ତୃତୀୟ ଉପାଧ୍ୟକ୍ଷ ଶ୍ରୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭେଟି ଲିଖିତ ଆକାରେ ନିବେଦନ କରିଛନ୍ତି । ଓଡ଼ିଶା ରାଜ୍ୟର ପୂର୍ବ ଉପକୂଳରେ ଭଦ୍ରକ ସଂସଦୀୟ କ୍ଷେତ୍ର ଅବସ୍ଥିତ । ଆରଡ଼ି, ଚାନ୍ଦବାଲି, ଧାମରା, ବାସୁଦେବପୁର ଓ ଗୋପାଳପୁର ପର୍ଯ୍ୟନ୍ତେ ଲାଗି ରହିଛି ଉପକୂଳବର୍ତ୍ତୀ ଅଂଚଳ । ଏହି ସବୁ ଅଂଚଳରେ ବନ୍ୟା, ବାତ୍ୟା ଓ ଘୂର୍ଣ୍ଣିବଳୟ ପରି ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବ ଲୀଳା ଜନଜୀବନକୁ କ୍ଷତିଗ୍ରସ୍ଥ କରିଥାଏ । ୧୯୯୯ ମହାବାତ୍ୟାର ତାଣ୍ଡବ ଲୀଳା ଆଜି ବି ଜନ ମାନସରୁ ଲିଭିନାହିଁ । ସେହିପରି ୨୦୨୦ରେ ଅମ୍ଫାନ ଯୋଗୁଁ ବହୁ ଧନ ଜୀବନ ନଷ୍ଟ ହୋଇଛି । ଉପର ମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ସାଳନ୍ଦୀ, ବୈତରଣୀ, ବ୍ରାହ୍ମଣୀ, କାଂସବାଂଶ, ମନ୍ତେଇ ସହ ଅନ୍ୟାନ୍ୟ ଛୋଟ ଶାଖା ନଦୀ ମାନଙ୍କରେ ବନ୍ୟା ଆସି ଚାଷଜମି ସହ ଧନ ଜୀବନକୁ ପ୍ରହରିତ କରିଥାଏ । ବିପର୍ଯ୍ୟୟ ମୁକାବିଲା ବାହିନୀର ତୁରନ୍ତ ଉପଲବ୍ଧତାର ଅଭାବ ଯୋଗୁଁ ଜନ ସାଧାରଣ ଠିକ୍ ସମୟରେ ସେବା ପାଇବରୁ ବଂଚିତ ହୋଇଥାନ୍ତି ।

ଭଦ୍ରକ ଜିଲ୍ଲାରେ ଉପକୂଳ ଆରଡ଼ିରେ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣି ମନ୍ଦିର ଅବସ୍ଥିତ । ବାତ୍ୟା, ବନ୍ୟାରେ ମଧ୍ୟ ଏହି ପୀଠ କ୍ଷତିଗ୍ରସ୍ଥ ହୋଇଥାଏ । ରାଜ୍ୟକୁ କେବଳ ଭଦ୍ରକର ସାମୁଦ୍ରିକ ମତ୍ସ୍ୟଜିବୀମାନେ ମତ୍ସ୍ୟ ଉତ୍ପାଦନରେ ଜୀବନ ଜୀବିକା ନିର୍ବାହ କରିବା ସହ ମତ୍ସ୍ୟ ରପ୍ତାନୀରେ ରାଜସ୍ୱ ବୃଦ୍ଧି କରାଇଥାନ୍ତି । ଭଦ୍ରକର ଆରଡ଼ି ଧାମରାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ଆଗୁଆ ପାଣିପାଗ ଖବର ପାଇବା ସହ ଜନସାଧାରଣ ଓ ମତ୍ସ୍ୟଜୀବିମାନେ ସତର୍କ ହୋଇପାରିବେ ଓ ପଡ଼ୋଶୀ ଜିଲ୍ଲାମାନଙ୍କ ଉପରେ ମଧ୍ୟ ତୀକ୍ଷ୍‌ଣ ନଜର ରହିପାରିବ । ଅନ୍ୟ ପକ୍ଷରେ ଅନେକ ଧନ ଜୀବନ ରକ୍ଷା ହୋଇପାରିବ । ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ଜମି ମଧ୍ୟ ଉପଲବ୍ଧ ଅଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପୂର୍ବାନୁମାନ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କରାଗଲେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ, ମହାନିର୍ଦ୍ଦେଶକ ଶ୍ରୀ ମହାପାତ୍ରଙ୍କୁ ଅବଗତ କରିବା ସହ ଲିଖିତ ଆକାରରେ ଜଣାଇଛନ୍ତି । ତେବେ ବିଭାଗୀୟ ଅନୁମୋଦନ ପରେ ଏହି ସବୁ ସ୍ଥାନମାନଙ୍କରେ ଖୁବ୍ ଶୀଘ୍ର ପାଣିପାଗ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ମହାନିର୍ଦ୍ଦେଶକ ଶ୍ରୀ ମହାପାତ୍ର ପ୍ରତିଶୃତି ଦେଇଥିବା କଥା ସାଂସଦ ଶ୍ରୀମତୀ ମଣ୍ଡଳ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.