Home ଜିଲ୍ଲା ପରିକ୍ରମା ସ୍ୱାସ୍ଥ୍ୟକେନ୍ଦ୍ର ପ୍ରବେଶ ପଥରେ ନାଳ ଯୋଗୁ ବଢ଼ୁଛି ପ୍ରଦୂଷଣ

ସ୍ୱାସ୍ଥ୍ୟକେନ୍ଦ୍ର ପ୍ରବେଶ ପଥରେ ନାଳ ଯୋଗୁ ବଢ଼ୁଛି ପ୍ରଦୂଷଣ

12

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରବେଶ ପଥରେ ସୃଷ୍ଟି ହୋଇଥିବା ନାଳ ଯୋଗୁ ତିହିଡ଼ି ବଜାରରେ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ହୋଇଛି । ଦୀର୍ଘଦିନ ହେଲା ପାଣି ଜମିରହିବା ଫଳରେ ଏହି ନାଳ ନର୍ଦ୍ଦମାରେ ପରିଣତ ହୋଇଥିଲେ ମଧ୍ୟ ଏହାକୁ ପୋତିବା ଦିଗରେ କୌଣସି ପଦକ୍ଷେପ ନିଆ ଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଯାଉଥିବା ଶତାଧିକ ରୋଗୀ ଏଥିଯୋଗୁ ଦୁର୍ଘଟଣା ସହିତ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହାଛଡା ରୋଗୀମାନଙ୍କୁ ନେବା ଆଣିବା କାର୍ଯ୍ୟରେ ନିୟୋଜିତ ୧୧୨ ଆମ୍ବୁଲାନସ ସହିତ ଅନ୍ୟ ଚାରିଚକିଆ ଗାଡି ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଆସିବା କରୁଥିବା ବେଳେ ଏହି ନାଳ ଯୋଗୁ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।ଏହାଛଡା ଦୀର୍ଘଦିନ ହେଲା ନାଳରେ ପାଣି ଜମିରହିବା ଯୋଗୁ ଏହା ଦୁର୍ଗନ୍ଧରେ ପରିଣତ ହୋଇ ପରିବେଶକୁ ପ୍ରଦୂଷିତ କରୁଛି । ଫଳରେ ଏହା ଡେଙ୍ଗୁ ମଶାଙ୍କ ଏନ୍ତୁଡିଶାଳ ପାଲଟିଥିବା ଅଭିଯୋଗ ହୋଇଛି । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ନିର୍ମାଣ ସମୟରେ ତିହିଡି ବଜାରରେ ଡ୍ରେନେଜ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇନଥିବାରୁ ପାଣି ନିଷ୍କାସନ ହୋଇନପାରି ବଜାରର ବିଭିନ୍ନ ସ୍ଥାନରେ କୃତ୍ରିମ ନର୍ଦ୍ଦମା ସୃଷ୍ଟି ହୋଇଥିଲା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାର ନାଳ ଅଧିକ ପ୍ରଦୂଷିତ କରୁଥିବା କୁହାଯାଇଛି । ଏବେ ସାରା ରାଜ୍ୟରେ ଡେଙ୍ଗୁ ରୋଗର ଆତଙ୍କ ଖେଳିଯାଇଥିବା ବେଳେ ତିହିଡି ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାର ନାଳ ଯୋଗୁ ଡେଙ୍ଗୁ ମଶା ଜନ୍ମ ହୋଇ ଏହି ରୋଗ ତିହିଡିରେ ବ୍ୟାପିବାର ଆଶଙ୍କା ଉପୁଜିଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ନାଳ ପୋତିବା ଦିଗରେ ପଦକ୍ଷେପ ନେବା ସହ ତିହିଡ଼ିକୁ ରୋଗମୁକ୍ତ କରିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.