Home ଜିଲ୍ଲା ପରିକ୍ରମା ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅଖିଳ ଭାରତ କୃଷକ ସଭାର ଗଣଧାରଣା

ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅଖିଳ ଭାରତ କୃଷକ ସଭାର ଗଣଧାରଣା

14

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଭିନ୍ନ ଦାବି ନେଇ ଶୁକ୍ରବାର ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ସିପିଆଇ ତିହିଡି ଆଞ୍ଚଳିକ କମିଟି ସହଯୋଗରେ ଏକ ଶୋଭାଯାତ୍ରାରେ ଦଳର ନେତା ଓ କର୍ମୀମାନେ ତିହିଡି ପୁରୁଣାହାଟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣା ଦେଇଥିଲେ । ପରେ ସିପିଆଇ ଆଞ୍ଚଳିକ କମିଟି ସମ୍ପାଦକ ସନ୍ଥ ଚରଣ ବିଶ୍ୱାଳଙ୍କ ପୌରୋହିତ୍ୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସିପିଆଇ ଜିଲା ସମ୍ପାଦକ ଶୁଭେନ୍ଦୁ ପ୍ରତାପ ମହାନ୍ତି, ଶିକ୍ଷକ ସଂଘ ନେତା ବଳରାମ ମିଶ୍ର, କୃଷକ ସଭାର ତିହିଡି ଜୋନ ସଭାପତି ରବିନ୍ଦ୍ର ବାରିକ, ପିରହାଟ ଶାଖା ସମ୍ପାଦକ ସନାତନ ଦାସ, ଯୁବନେତା ସ୍ନେହାଶିଷ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ପରେ ସ୍ୱାମୀନାଥନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରାଯିବା, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା କରାଯିବା, କୃଷି ଋଣ ଛାଡ କରାଯିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବା, ଅଭାବି ଧାନବିକ୍ରି ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା, ଚାଷୀ ଉତ୍ପାଦିତ ସମସ୍ତ ଦ୍ରବ୍ୟକୁ ସରକାରୀ ଧାର୍ଯ୍ୟ ଦରରେ ବିକ୍ରି କରିବା, ସାର ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ସରକାରୀ ବିକ୍ରୟ କେନ୍ଦ୍ରରେ ଯୋଗାଇ ଦେବା ପ୍ରମୁଖ ୧୭ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ପ୍ରତୀକ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଦଳ ପକ୍ଷରୁ ଉପେନ୍ଦ୍ର ବେହେରା, ସୁରେନ୍ଦ୍ର ରାଉତ, ଶରତ ପାଣ୍ଡବ, ସୁକାନ୍ତ ସେଠୀ, ସୁରେନ୍ଦ୍ର ବେହେରା, ଶରତ ବେହେରା, ସୀତାକାନ୍ତ ଜେନା, ବାମଦେବ ଓଝା, ପ୍ରଫୁଲ୍ଲ ନାୟକ, ଯୁଧିଷ୍ଠିର ପାଣିଗ୍ରାହୀ, ଚୈତନ୍ୟ ବାରିକ, ସୁଶାନ୍ତ ମାଝୀ, ଲକ୍ଷ୍ମୀଧର ସାହୁ, ଶଙ୍କର୍ଷଣ ସେଠୀ, ଚିନ୍ତାମଣି ସାହୁ, ତ୍ରିଲୋଚନ ନାୟକ, ବୁଦ୍ଧିରାମ ଜେନା ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.