Home ଜିଲ୍ଲା ପରିକ୍ରମା ପୁନର୍ବାର ଛାତ୍ର କଂଗ୍ରେସର ରାଜ୍ୟ ଉପସଭାପତି ହେଲେ ଆଶିଷ କୁମାର ମାହୁନ୍ତ

ପୁନର୍ବାର ଛାତ୍ର କଂଗ୍ରେସର ରାଜ୍ୟ ଉପସଭାପତି ହେଲେ ଆଶିଷ କୁମାର ମାହୁନ୍ତ

14

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବ ଭାରତୀୟ ଛାତ୍ର କଂଗ୍ରେସ ସଭାପତି ନିରୋଜ କୁନ୍ଦାନ ଓ ଛାତ୍ର କଂଗ୍ରେସର ଜାତୀୟ ସମ୍ପାଦକ ତଥା ଓଡ଼ିଆ ପ୍ରଭାରୀ ଅନୁଲେଖା ବୋଷା ଙ୍କ ନିର୍ଦେଶ କ୍ରମେ ଓଡ଼ିଆ ଛାତ୍ର ସଭାପତି ୟାସିରୀ ନୱାଜଙ୍କ ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ଉପସଭାପତି ଭାବେ ଆଶିଷ କୁମାର ମାହୁନ୍ତଙ୍କୁ ମନୋନୀତ କରାଯାଇଛି । ଆଶିଷ ରାଜ୍ୟର ଜଣେ ଟାଣୁଆ ଛାତ୍ର ନେତା ଭାବେ ବେଶ ପରିଚିତ । ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ରାଜନୀତି ସହ ଜଡିତ ଥିବା ଆଶିଷ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି, ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ, ଛାତ୍ର କଂଗ୍ରେସ ରାଜ୍ୟ ଉପସଭାପତି ଭଳି ଗୁରୁତ୍ୱପୂର୍ଣ ପଦବୀ ରେ ରହି ସଫଳତାର ସହିତ କାମ କରିଛନ୍ତି । ଶ୍ରୀ ମାହୁନ୍ତଙ୍କ ଘର ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ଏବଂ ସେ ଦୀର୍ଘ ବାର ବର୍ଷ ହେବ ଛାତ୍ର କଂଗ୍ରେସ ସହ ଜଡିତ ରହି ଶୃଙ୍ଖଳାର ସହ କାର୍ଯ୍ୟ କରିଆସୁଛନ୍ତି । ଆଶିଷଙ୍କୁ ଏହି ନୂତନ ଦାୟିତ୍ୱ ଦିଆଯାଇଥିବାରୁ ସେ ଜାତୀୟ କଂଗ୍ରେସ ସଭାପତି ମାଲିକର୍ଜୁନ ଖଡ଼ଗେ,ସାଂସଦ ରାହୁଲ ଗାନ୍ଧୀ, ଛାତ୍ର କଂଗ୍ରେସର ଜାତୀୟ ସଭାପତି ନିରୋଜ କୁନ୍ଦାନ, ଛାତ୍ର କଂଗ୍ରେସର ଜାତୀୟ ପ୍ରଭାରୀ କହ୍ନେୟ କୁମାର ଓ ଓଡିଶା ପ୍ରଭାରୀ ଅନୁଲେଖା ବୋସା, ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାଶିର ନୱାଜ, ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ଉପସଭାପତି ରଜତ ଚୌଧୁରୀ, ପିସିସି ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ, ପିସିସି କାର୍ଯକାରୀ କମିଟି ସଦସ୍ୟ ମାନସ ଚୌଧୁରୀ ଓ ନବଜ୍ୟୋତି ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ ଛାତ୍ର କଂଗ୍ରେସକୁ ସୁଦୃଢ କରିବାକୁ ଶ୍ରୀ ମାହୁନ୍ତ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.