Home ଓଡ଼ିଶା ସ୍ୱାମୀ ସ୍ତ୍ରୀ, ସାଇକେଲରେ ଘର ଘର ବୁଲି କରୁଛନ୍ତି ପ୍ରଚାର

ସ୍ୱାମୀ ସ୍ତ୍ରୀ, ସାଇକେଲରେ ଘର ଘର ବୁଲି କରୁଛନ୍ତି ପ୍ରଚାର

51

ହାଟଡ଼ିହି, ୨/୨/ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତରେ ସ୍ୱାମୀସ୍ତ୍ରୀ ନିର୍ବାଚନ ମଇଦାନରେ ଅବତିର୍ଣ୍ଣ ହୋଇଛନ୍ତି। ସ୍ତ୍ରୀ ପ୍ରମିଳା ଜେନା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଥିବାବେଳେ ସ୍ୱାମୀ ବୁଦ୍ଧଦେବ ଜେନା ସମିତିସଭ୍ୟ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଉଭୟ ନିୟମିତ ସାଇକେଲରେ ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖ ଦୁଖଃରେ ଠିଆ ହେବାକୁ ପ୍ରତିଶୃତି ଦେବାସହ ସେମାନଙ୍କୁ ଭୋଟ ଦେବାପାଇଁ ଭୋଟର ମାନଙ୍କୁ ବୁଝାଉଛନ୍ତି। ସେମାନଙ୍କ କହିବାକଥା ଯେ ସେ କଂଗ୍ରେସର ଜଣେ ସଚ୍ଚୋଟ କର୍ମୀ ହୋଇଥିବାବେଳେ ବିଭିନ୍ନ ରାଜନୈତିକ ଦଳରୁ ସରପଞ୍ଚ ପ୍ରାର୍ଥୀ ଦିଆଯାଉଥିବାବେଳେ ଶାସଙ୍ଗ ପଞ୍ଚାୟତରେ କଂଗ୍ରେସ ପକ୍ଷରୁ କାହାରିକୁ ପ୍ରାର୍ଥୀ କରାନଯିବାରୁ ଆମେ ବାଧ୍ୟହୋଇ ନିର୍ବାଚନରେ ପାଦଥାପିଛୁ ବୋଲି କହିଛନ୍ତି। ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେ ସାଇକେଲରେ ଘରଘର ବୁଲି ପ୍ରଚାର ଚଳାଇଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.