Home କେନ୍ଦୁଝର ୩୫ନଂ ଜୋନରେ ତ୍ରୀମୁଖୀ ପ୍ରତିଦ୍ୱନ୍ଦିତା

୩୫ନଂ ଜୋନରେ ତ୍ରୀମୁଖୀ ପ୍ରତିଦ୍ୱନ୍ଦିତା

83

ହାଟଡ଼ିହି, ୨/୨ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ୩୫ନଂ ଜିଲ୍ଲାପରିଷଦ ଜୋନଟି ସବୁବେଳେ ଗୁରୁତ୍ୱ ବହନ କରିଥାଏ। ଏହି ଜୋନରେ ହାଟଡିହି, ଢ଼େଙ୍କା, ଶାସଙ୍ଗ, ସଢ଼ା, ମରୈଗାଁ, ପନ୍ଦାଡୋ, ଜମ୍ଭୀରା ଆଦି ୭ ଗୋଟି ପଞ୍ଚାୟତ ଥିବାବେଳେ ଏହାର ଭୋଟର ସଂଖ୍ୟା ୩୪୯୧୭ ଅଟେ। ଗତ ନିର୍ବାଚନରେ ଏହି ଜୋନରୁ ବିଜେଡି ପ୍ରାର୍ଥୀ ଜୟାପ୍ରଦା ସା ସେତେବେଳହ ସନାତନ ମହାକୁଡଙ୍କ ପ୍ରାର୍ଥୀଙ୍କୁ ୧୧ ହଜାରରୁ ଉର୍ଦ୍ଧ ଭୋଟରେ ପରାସ୍ତକରି ବିଜୟ ହାସଲ କରିଥିଲେ। କିନ୍ତୁ ଚଳିତ ନିର୍ବାଚନରେ ଏହି ଆସନଟି ଅନୁସୁଚିତ ଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ବିଜେଡିରୁ ସୁକାନ୍ତୀ ଜେନା, ବିଜେପିରୁ ତୃପ୍ତୀମୟୀ ଜେନା ଓ କଂଗ୍ରେସରୁ ସ୍ୱପ୍ନାରାଣୀ ଜେନା ପ୍ରାର୍ଥୀ ହୋଇଛନ୍ତି। ତିନିଜଣ ଯାକ ରାଜନିତୀରେ ନୁଆକରି ପାଦ ଥାପିଥିବାରୁ ସେମାନେ ସମସ୍ତଙ୍କ ପାଖରେ ଗ୍ରହଣୀୟ ହୋଇ ପାରୁଛନ୍ତି। କିନ୍ତୁ ଦଳୀୟ ଚିହ୍ନ ଭିତ୍ତିରେ ନିର୍ବାଚନ ହେଉ ଥିବାରୁ ଓ ଜୋନ ସ୍ତରୀ ଦଳୀୟ ନେତାମାନେ ସମସ୍ତେ ଅଣ୍ଟା ଭିଡି ଥିବାରୁ ଏଥର କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ହେବାର ଆଶା କରାଯାଉଛି। ଏହି ଜୋନରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା ଓ ବିଜେପି ନେତା ଆଲୋକ ସେଠୀଙ୍କ ଘର ହୋଇଥିବାରୁ ସମସ୍ତଙ୍କ ପ୍ରଭାବ ରହିବ ବୋଲି ଅନୁମାନ କରାଯାଉଛି। କିନ୍ତୁ ଚଳିତ ନିର୍ବାଚନରେ ଏହି ଜୋନର ଅର୍ଦ୍ଧାଧିକ ପଞ୍ଚାୟତରେ ବିଜେଡିର ଦୁଇ ତିନୋଟି ଗୋଷ୍ଠୀ ହୋଇ ସରପଞ୍ଚ ଓ ସମିତିସଭ୍ୟ ପାଇଁ ଲଢ଼ୁଥିବାରୁ ଏହାର ଫାଇଦା ଉଠାଇବା ପାଇଁ କଂଗ୍ରେସ ଓ ବିଜେପି ଅଣ୍ଟା ଭିଡିଛନ୍ତି। କିନ୍ତୁ ଏହି ଗୋଷ୍ଠୀ କନ୍ଦଳରୁ କିଏ କେତେଦୂର ଫାଇଦା ପାଉଛି ତାହା ଆଗାମି ନିର୍ବାଚନରେ ଫଳାଫଳରୁ ଜଣାପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.