Home କଟକ ବିଜେପି ନେତ୍ରୀଙ୍କୁ ନିଲମ୍ବିତ କଲେ ଜିଲ୍ଲା ସଭାପତି

ବିଜେପି ନେତ୍ରୀଙ୍କୁ ନିଲମ୍ବିତ କଲେ ଜିଲ୍ଲା ସଭାପତି

39

କଟକ, ୦୨/୦୨ (ଓଡ଼ିଆ ପୁଅ /ଅଭୟ ଜେନା) ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ସବିତା ରାଣୀ ଦାସଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେ କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ତଥା ଜିଲ୍ଲା କାର୍ଯ୍ୟକାରୀଣୀ ସଦସ୍ୟ ଥିଲେ। ସେ ଦଳୀୟ ଶୃଙ୍ଖଳା ଭାଙ୍ଗି କଟକ ସଦର ବ୍ଲକ ୬ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା। ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.