Home କେନ୍ଦୁଝର ସ୍ୱାମୀ ଫାଇଲେରିଆ ଓ ସ୍ତ୍ରୀଙ୍କ ଆଖିରେ ବଢୁଛି ମାସଂ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସ୍ୱାମୀ ଫାଇଲେରିଆ ଓ ସ୍ତ୍ରୀଙ୍କ ଆଖିରେ ବଢୁଛି ମାସଂ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

38

ହାଟଡିହି-୧୨ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ସ୍ୱାମୀଙ୍କ ଗୋଟିଏ ଗୋଡ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇପଡିଥିବାବେଳେ ସ୍ତ୍ରୀଙ୍କ ଆଖିରେ ମାଂସପିଣ୍ଡୁଳା ବୃଦ୍ଧି ପାଉଥିବାରୁ ଗୋଟିଏ ଆଖିକୁ ଦେଖାଯାଉ ନଥିବାବେଳେ ଅନ୍ୟ ଆଖିଟି ଏବେ ଅଜଣା ରୋଗରେ ନଷ୍ଟ ହେବାକୁ ବସିଛି । ଏପରିସ୍ଥିତିରେ ଉପଯୁକ୍ତ ଚିକିତ୍ସାପାଇଁ ଆବଶ୍ୟକ ଅର୍ଥ ନଥିବାରୁ ଉଭୟଙ୍କ ଉପଯୁକ୍ତ ଚିକିତ୍ସା କରାଇ ପାରୁ ନାହାନ୍ତି ।
ଖବରରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ଚକ୍ରଧର ସାହୁ ଯିଏକି ଆଜକୁ ୨୫ବର୍ଷ ହେବ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ଟଙ୍କା ଆଭବରୁ ଚିକିତ୍ସିତ ହୋଇ ପାରୁ ନାହାନ୍ତି । ତାଙ୍କର ପତ୍ନୀ ସୁକାନ୍ତୀ ସାହୁଙ୍କର ବାମପଟ ଆଖି ଜନ୍ମବେଳେ ଏକ ମାଂଶ ପିଣ୍ଡୁଳା ବାହାରିଥିଲା । ସେତେବେଳେ ତାକୁ ଚିକିତ୍ସା କରିପାରି ନଥିଲେ । ଯାହାଦ୍ୱାରା ସେହି ମାଂଶ ପିଣ୍ଡୁଳାଟି ବଢ଼ିବଢ଼ି ଏବେ ଆଖିଟି ସମ୍ପୁର୍ଣ୍ଣ ବୁଜି ହୋଇ ଯାଇଛି । ଡାହାଣପଟ ଆଖିମଧ୍ୟ ଆଜକୁ ୮ବର୍ଷ ହେବ ଅଜଣା ରୋଗରେ ପିଡିତ ହୋଇ ଆଉ ଦେଖାଯାଉ ନାହିଁ । ଡାକ୍ତରଙ୍କ ପରାମର୍ଶ ପରେ ଉନ୍ନତମାନର ଚିକିତ୍ସା ପାଇଁ କହିବାରୁ ଟଙ୍କା ଅଭାବରୁ ଚିକିତ୍ସା କରିପାରୁ ନାହାନ୍ତି । ସ୍ୱାମୀ ଚକ୍ରଧର ଯିଏକି ଜଣେ ଦିନ ମଜୁରିଆ । ସେ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଠିକ ଭାବେ କାମଦାମ କରିପାରୁ ନାହାନ୍ତି । ସରକାରଙ୍କ ତରଫରୁ ମିଳୁଥିବା ୨୦କିଲୋ ଚାଉଳ ଓ ମାଗିଯାଚି ଯାହା ମିଳୁଛି ସେଥିରେ ୩ଟି ଛୁଆଙ୍କୁ ଧରି ଦୁଖେକଷ୍ଟେ ଚଳୁଛନ୍ତି । ଯଦି ସରକାରୀ କିମ୍ବା ବେସରକାରୀ ସହାୟତା ମିଳନ୍ତା ତେବେ ସେମାନଙ୍କ ଉପଯୁକ୍ତ ଚିକିତ୍ସା କରାଯିବା ସହିତ ପରିବାର ମୁହଁରେ ହସ ଫୁଟି ପାରନ୍ତା ବୋଲି ଗ୍ରାମବାସୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.