Home ଜିଲ୍ଲା ପରିକ୍ରମା ଯୁବକଙ୍କ ଶୋଚନୀୟ ମୃତ୍ୟୁ, ପୋଲିସର ଶବ ବ୍ୟବଚ୍ଛେଦ ନେଇ ତୀବ୍ର ଅସନ୍ତୋଷ

ଯୁବକଙ୍କ ଶୋଚନୀୟ ମୃତ୍ୟୁ, ପୋଲିସର ଶବ ବ୍ୟବଚ୍ଛେଦ ନେଇ ତୀବ୍ର ଅସନ୍ତୋଷ

116

ବଲାଙ୍ଗୀର, ଟିଟିଲାଗଡ, ୧୫-୦୬ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲାର କୁଶକେଲା ଗ୍ରାମପଞ୍ଚାୟତର ଜଣେ ୨୫ ବର୍ଷୀୟ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସବ-ବ୍ୟବଚ୍ଛେଦ ନେଇ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ତୀଵ୍ର ଉତ୍ତେଜନା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ସକାଳ ପ୍ରାୟ ଭୋର ୪ ଟାରୁ ଉକ୍ତ ଗ୍ରାମରୁ ହରେରାମ ତାଣ୍ଡିଙ୍କ ପୁଅ ଦେବେନ୍ଦ୍ର ତାଣ୍ଡି (ବ-୨୫) ହଠାତ ଅସୁସ୍ଥ ଲାଗିବା ନେଇ ପରିବାର ଲୋକ ଙ୍କୁ ଜଣେଇବାରୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ପରିବାର ଲୋକେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟଚିକିତ୍ସାଳୟ କୁ ଆଣିଥିଲେ। ଡ଼ଃ ଓଁକାର ହୋତା ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିସାରିଥିବା ଜଣାଇଥିଲେ। ଏ ନେଇ ପୋଲିସ କୁ ତୁରନ୍ତ ସୂଚନା ଦିଆଯାଇଥିଲା। ହେଲେ ଟିଟିଲାଗଡ ଥାନା ଅଧିକାରୀ ମୃତ ଯୁବକ ଯେହେତୁ କୁସକେଲା ଗ୍ରାମର ଓ ତାହା ସିନ୍ଧେକେଲା ଥାନା ଅଞ୍ଚଳରେ ଯାଉଥିବା ବେଳେ ତାହା ସିନ୍ଧେକେଲା ପୋଲିସ କରିବା ସରକାରୀ ନିୟମ ଲାଗୁ ହୋଇଥିବା ଜଣେଇ ସିନ୍ଧେକେଲା କୁ ସୂଚନା ଦିଆଯାଇଥିଲା। ହେଲେ ସକାଳ ପାଞ୍ଚ ଟା ରୁ ଦିନ ୧୨ ଟା ହୋଇଯିବା ସତ୍ୱେ ପୋଲିସ ନ ଆସିବା ଯୋଗୁଁ ବ୍ୟବଚ୍ଛେଦ ମଧ୍ୟ ହୋଇପାରିନାହିଁ। ଏ ନେଇ ପରିବାର ବର୍ଗ ତଥା ଗ୍ରାମବାସୀଙ୍କ ମନ୍ଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଯୋଗ୍ୟ, ଯେ, ଟିଟିଲାଗଡ ରୁ କୁସକେଲା ମାତ୍ର ୧୩ କିମି ଦୂରତ୍ୱ ହୋଇଥିବା ବେଳେ ସିନ୍ଧେକେଲା ୩୦ କିମି ଦୁର ହେଉଛି। ଯଦ୍ୱାରା ସାଧାରଣ ଗ୍ରାମବାସୀ ଏହି ପରି ସ୍ୱାସ୍ଥ୍ୟ ତଥା ପୋଲିସ, ପରି ସମସ୍ତ କ୍ଷେତ୍ରରେ ଘୋର ହଇରାଣର ଶିକାର ହୋଇଆସୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। କୁସକେଲା ଗ୍ରାମପଞ୍ଚାୟତ ସରପଞ୍ଚ ତଥା ଉପଖଣ୍ଡ ସରପଞ୍ଚ ସଙ୍ଘ ସଭାପତି ଶ୍ରୀ ହରିନାରାୟଣ ମିଶ୍ର ଏ ନେଇ ଜିଲ୍ଲା, ଆରକ୍ଷୀ ଅଧିକାରୀ ତଥା ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଗୃହ ବିଭାଗ ମୁଖ୍ୟ ଶାସନ ସଚିବ ଙ୍କ ନିକଟ କୁ ଦାବୀ ପତ୍ର ପ୍ରେରଣ କରିଥିବା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.