Home ଜିଲ୍ଲା ପରିକ୍ରମା ସ୍ୱାମୀର ଏସିଡ୍ ମାଡରେ ସ୍ତ୍ରୀ ଗୁରୁତର, ସ୍ୱାମୀ ଫେରାର

ସ୍ୱାମୀର ଏସିଡ୍ ମାଡରେ ସ୍ତ୍ରୀ ଗୁରୁତର, ସ୍ୱାମୀ ଫେରାର

551

ମାଲକାନଗିରି,୨୧ା୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଏମଭି୭୯ ବଜାରରେ ଆଜି ଏକ ଅଭାବନୀୟ ଘଟଣାଘଟି ଯାଇଛି । ସ୍ୱାମୀର ଏସିଡ୍ ମାଡରେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ  ଚିକିତ୍ସିତ ହେଉଥିବାବେଳେ ସ୍ୱାମୀ ଫେରାର ହୋଇଯାଇଛି । ମୋଟୁ ଥାନାସ୍ଥ ଏମପିଭି୧୧୪ ଗ୍ରାମର ଅମଲ ଜର୍ଦାର ଙ୍କ ଝିଅ ମମତା ଜର୍ଦାର ଏମପିଭି ୮୩ ଗ୍ରାମର ମିଥୁନ ମଣ୍ଡଳ ଙ୍କ ପୁଅ ତପନ ମଣ୍ଡଳଙ୍କୁ ଗତ୬ ମାସତଳେ ବିବାହକରିଥିଲେ ବିବାହର  ୨ମାସ ପରେ କୌଣସି କାରଣ ଯୋଗୁଁ ଭଉୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ସ୍ତ୍ରୀ ମମତା ନିଜ ବାପଘରକୁ ପଳାଇଥିଲେ । ବାପଘର ଗରିବ ହୋଇଥିବାରୁ ବାପା ଅମଲ ଓ ମା ପ୍ରଭାତି ଆନ୍ଦ୍ରପ୍ରଦେଶରେ କୁଲି କାମକରିଥାନ୍ତି  । ଘରେ ବଡ ମା ଲକ୍ଷ୍ମୀପ୍ରୀୟା ଙ୍କ ନିକଟରେ ମମତା ରହୁଥିଲେ । ଆଜି ଏମଭି୭୯ ରେ ସାପ୍ତିହିକ ହାଟ ଥିବାରୁ ମମତା ତାର ବଡ ମା ଲକ୍ଷ୍ମୀଙ୍କ ସହିତ ହାଟକୁ ପରିବା କିଣିବା ପାଇଁ ଆସିଥିଲେ । ହାଟରେ ପରିବା କିଣୁଥିବା ସମୟରେ ହଟାତ ପଛପଟରୁ ସ୍ୱାମୀ ତପନ ମଣ୍ଡଳ ଆସି ମମତା ଉପରକୁ ଏସିଡ ବୋତଲ ଫିଙ୍ଗିଥିଲେ । ମମତା ପଛକୁ ହଟି ଯିବାରୁ ଏସିଡ ଗୁଡିକ ମମତାର ମୁହଁରେ ନପଡି ହାତ ଓ ପିଠିରେ ପଡି ଦେହ ପୋଡି ହୋଇଯାଇଥିଲା । ସଙ୍ଗେ ସଙ୍ଗେ ନିକଟରେ ଥିବା ଦୋକାନି ମାନେ ନିକଟସ୍ଥ ଏମଭି ୭୯ ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ । ହାଟ ଗହଳିରେ ମମତାଙ୍କ ସ୍ୱାମୀ ତପନ କେଉଁଆଡେ ଫେରାର ହୋଇଯାଇଥିଲେ । ମମତା ବିପଦ ମୁକ୍ତ ଥିଲେ ମଧ୍ୟ ତାଙ୍କ ଦେହରେ ଏସିଡ ମାଡରେ ପୋଡି ଯାଇଥିବାରୁ ଘା ଶୁଖିବା ପାଇଁ କିଛି ଦିନଲାଗିବ,ଏସିଡ ମାଡ ସଂପର୍କରେ ଏମଭି୭୯ ହସପିଟାଲର ଡାକ୍ତର ତନମୟ ଆଚାରୀ ଏମଭି୭୯ଥାନାକୁ ଜଣାଇବା ପରେ ପୁଲିସ ମେଡିକାଲରେ ପହଁଚି ଆହତ ମମତାଙ୍କ ବୟାନ ରେକର୍ଡ କରିଛନ୍ତି । ମମତାଙ୍କ ବାପା ଓ ମା ଆନ୍ଦ୍ରପ୍ରଦେଶରେ କାମକରୁଥିବାରୁ ସେମାନେ ଘରେ ନଥିବାରୁ ଥାନାରେ ଏତଲା ଦେଇନଥିବାର ଜଣାପଡିଛି । ସେମାନଙ୍କ ନିକଟକୁ ଖବର ପଠାଯାଇଛି, ଆସନ୍ତା କାଲି ସେମାନେ ଘରକୁ ଫେରିବା ପରେ ଥାନାରେ ଏତଲା ଦେବେ ବୋଲି ଆହତ ମମତା କହିଛନ୍ତି । ଏହି ଘଟଣା ସମଗ୍ର ଏମଭି୭୯ ବଜାରରେ ମୁଖ୍ୟଚର୍ଚାର ବିଷୟପାଲଟିଛି ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.