Home ଜଗତସିଂହପୁର ମହାବୀର ମନ୍ଦିରର ବାର୍ଷିକ ଉତ୍ସବ

ମହାବୀର ମନ୍ଦିରର ବାର୍ଷିକ ଉତ୍ସବ

172

ତିର୍ତ୍ତୋଲ୨୦/୦୪ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କନକପୁର ହାଟବଜାର ଠାରେ ଥିବା ମହାବୀର ମନ୍ଦିରର ବାର୍ଷିକ ଉତ୍ସବ ସାଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହନୁମାନ ଚାଳିଷା ପାଠ, ହୋମଯଜ୍ଞ, ପ୍ରଭୃତି କାର୍ଯ୍ୟକ୍ରମ ସହିତ ମା ଶାରଳା ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ପଣା, ଅନ୍ନପ୍ରସାଦ ପ୍ରଭୃତି ବିତରଣ କରାଯାଇଥିଲ।। ୫ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ପାଇଁ ପୂର୍ବତନ ସରପଞ୍ଚ ତଥା ସମାଜସେବୀ ବିରବର ସାହୁଙ୍କ ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଇଥିବାବେଳେ ସେବା ନିବୃତ ଦୁରଦର୍ଶନର ପ୍ରଶାସନିକ ଅଧିକାରୀ ନିତ୍ୟାନନ୍ଦ ଜେନା, ଧୃବ ଚରଣ ଖଟୁଆ, ବେଙ୍ଗ ମହାରଣା, ପତିତପାବନ ଦାଶ, ଖୋକା ଭାଇ ଓ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.