Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ମଂଚ ପକ୍ଷରୁ ଇଦ୍ ଉପଲକ୍ଷେ ଶୁଖିଲା ଖାଦ୍ୟ ବଣ୍ଟନ

ସ୍ୱାଭିମାନ ମଂଚ ପକ୍ଷରୁ ଇଦ୍ ଉପଲକ୍ଷେ ଶୁଖିଲା ଖାଦ୍ୟ ବଣ୍ଟନ

50

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱାଭିମାନ ମଂଚ ପକ୍ଷରୁ ଆଗାମୀ ଇଦ୍ ଉପଲକ୍ଷେ ପୁରୁଣାବଜାର ଅଂଚଳର ଗରିବ ଓ ଭିନ୍ନକ୍ଷମ ପରିବାରକୁ ଲକଡାଉନ୍ ଅବସରରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ମଞ୍ଚ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ କରାଯାଇଛି । ଲୋକଙ୍କୁ ଚାଉଳ, ଚିନି, ଘିଅ, ତେଲ, ଆଳୁ, ପିଆଜ, ସିମେଇ ଭଳି ଖାଦ୍ୟ ପଦାର୍ଥ ସହିତ ମାସ୍କ ଓ ସାନିଟାଇଜର ଇତ୍ୟାଦି ବଣ୍ଟନ କରାଯାଇଥିଲା । ପ୍ରକାଶ ଥାଉକି ମଂଚ ପକ୍ଷରୁ ବିଭିନ୍ନ ପ୍ରାକୃତିକ ବିପତ୍ତି ସମୟରେ ମଂଚର ସମସ୍ତ ସଭ୍ୟ ମିଳିତ ହୋଇ ଗରିବ ଅସହାୟଙ୍କୁ ସହାୟତା ଯୋଗାଇ ଥାଆନ୍ତି । ଏହି କାର୍ଯ୍ୟକ୍ରମରେ ମଂଚର ସଭାପତି ତଥା ବରିଷ୍ଠ ଆଇନ୍‌ଜୀବୀ ତାହେର ମହମ୍ମଦ, ହାଜିବୁର ମହମ୍ମଦ, ହାଜି ଅକ୍ତର ଅଲ୍ଲୀ, ଜଲାଲ ସେକ୍‌, ଜାନି, ସୁରେଶ ଶର୍ମା, ଜହୁର, ବନା, ଟିକି, ମୁନା ଆଜାଦ୍‌, ଫାରୁକ୍‌, ନାସର ପ୍ରମୁଖ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଜୋ, ହାତୀ, ଅବେଶ, ଅଗସର, ନସୋ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.