Home ଜିଲ୍ଲା ପରିକ୍ରମା ଭଦ୍ରକରେ ପବିତ୍ର ଇଦ୍‌-ଉଲ୍‌-ଫିତର କରୋନା କଟକଣା ମଧ୍ୟରେ ପାଳିତ

ଭଦ୍ରକରେ ପବିତ୍ର ଇଦ୍‌-ଉଲ୍‌-ଫିତର କରୋନା କଟକଣା ମଧ୍ୟରେ ପାଳିତ

21

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ପବିତ୍ର ଇଦ୍‌-ଉଲ୍‌-ଫିତର ପର୍ବ କରୋନା କଟକଣା ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଛି । ଏହି ପର୍ବ ଇସଲାମ ଧର୍ମର ଏକ ମହାନ୍ ପର୍ବ । ଇଦ୍‌-ଉଲ୍‌-ଫିତର ବା ଇଦ୍ ପବିତ୍ର ରମଜାନ ମାସର ଠିକ୍ ପରଦିନ ପାଳନ ହୋଇଥାଏ । ଏହି ମାସସାରା ମୁସଲମାନ ସଂପ୍ରଦାୟର ସମସ୍ତେ ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ଆଲ୍ଲାଙ୍କ କୃପା ପାଇବା ପାଇଁ ଓ ସଂସାରର ହିତ ସାଧନ ପାଇଁ କୌଣସି ପ୍ରକାର ଖାଦ୍ୟ ଓ ପାନୀୟ ସେବନ କରିନଥାନ୍ତି । ଅତ୍ୟନ୍ତ ନିଷ୍ଠାର ସହିତ ସେମାନେ ଏହି ଉପବାସ ମାସାଧିକ କାଳ ପାଳନ କରିଥାନ୍ତି । ଏହି ମାସ ସାରା ଆଲ୍ଲାଙ୍କ ପକ୍ଷରୁ ମୁସଲମାନମାନଙ୍କୁ ଇଦ୍ ଅର୍ଥ ଖୁସି ରହିବାର କୃପାକୁ ଉପହାର ସ୍ୱରୂପ ପ୍ରଦାନ ହୋଇଥାଏ ବୋଲି ସେମାନଙ୍କର ଅଖଣ୍ଡ ବିଶ୍ୱାସ ରହିଛି । ଚଳିତବର୍ଷ ଯେତେବେଳେ ସମଗ୍ର ବିଶ୍ୱ କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରି ସହିତ ଲଢେଇ ଜାରି ରଖିଛି, ସେତେବେଳେ ମାନବ ସମାଜକୁ ସୁରକ୍ଷା ଦେବାପାଇଁ ଉଭୟ ସରକାର ଓ ପ୍ରଶାସନ ତତ୍ପର ହୋଇଉଠିଛି । ଚଉଦ ମହଲା ମୁସ୍‌ଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରିଙ୍କ ଆହ୍ୱାନ କ୍ରମେ ସମସ୍ତ ମୁସଲମାନ ଭାଇଭଉଣୀମାନେ ଆଜି ଭଦ୍ରକର ଐତିହାସିକ ଇଦ୍‌ଗାହା, ଜାମା ମସ୍‌ଜିଦ୍ ଓ ଅନ୍ୟ ମସ୍‌ଜିଦ୍ ଗୁଡିକରେ ନମାଜ ପାଠ ସହ ଅତ୍ୟନ୍ତ ନିରାଡମ୍ବର ଭାବେ ସାମାଜିକ ଦୂରତ୍ୱ ବଜାୟ ପୂର୍ବକ ସୀମିତ ସଂଖ୍ୟାରେ ମାସ୍କ ପିନ୍ଧି ପାଳନ କରିଛନ୍ତି । ଭଦ୍ରକରେ କୋଭିଡ୍ ସଂକ୍ରମଣର ଚେନ୍‌କୁ ବ୍ରେକ୍ ଲଗାଇବା ପାଇଁ ନିୟୋଜିତ ପୁଲିସ୍ କର୍ମଚାରୀ ଏହି ପର୍ବର ପାଳନ ଦିଗରେ ମଧ୍ୟ ତୀକ୍ଷ୍ଣ ନଜର ରଖିଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.