Home ଜିଲ୍ଲା ପରିକ୍ରମା ଭଦ୍ରକ ଡାକ୍ତରଖାନା ପାଚେରୀ ଭଙ୍ଗାଯାଇ ଯାଉଛି କୋଭିଡ୍ ରୋଗୀଙ୍କ ମୃତଦେହ

ଭଦ୍ରକ ଡାକ୍ତରଖାନା ପାଚେରୀ ଭଙ୍ଗାଯାଇ ଯାଉଛି କୋଭିଡ୍ ରୋଗୀଙ୍କ ମୃତଦେହ

70

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଏବେ କରୋନା ମହାମାରୀର ଦ୍ୱିତୀୟ ଲହରୀର କରାଳ ରୂପ ଲୋକଙ୍କୁ ଭୟଭୀତ କରିଥିବାବେଳେ ଆଜି ସଂକ୍ରମଣର ସଂଖ୍ୟା ଜିଲାରେ ସର୍ବାଧିକ ୪୧୨ ରେ ପହଞ୍ôଚବା ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ତେବେ ଏଭଳି ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ୍ ହସ୍‌ପିଟାଲର ମୃତ ରୋଗୀଙ୍କୁ ଗଳାବାଟରେ ନେବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । କାହିଁକି ନା ମୃତ୍ୟୁବରଣ କରିଥିବା ରୋଗୀଙ୍କୁ ରାତ୍ରୀ ସମୟରେ ମେଡିକାଲ ପଛପଟ ପାଚେରୀକୁ ଭଙ୍ଗାଯାଇ ଗାଡିରେ ନେବା ଘଟଣା ନିକଟରେ ରହୁଥିବା ସ୍ଥାନୀୟ ଅଂଚଳବାସୀଙ୍କୁ ଆତଙ୍କିତ କରିଛି । ଆଜି ସକାଳେ ଏହି ବିଷୟକୁ ନେଇ ସଂପୃକ୍ତ ବସ୍ତିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେମାନେ ଏ ସଂପର୍କରେ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଉକ୍ତ ବିଷୟକୁ ନେଇ ପ୍ରଶ୍ନ କରିଥିଲେ । ତେବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏ ବିଷୟରେ ସେ କିଛି ନ ଜାଣିଥିବାର କହି ଜିଲାପାଳଙ୍କୁ ପଚାରି ବୁଝିବାକୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.