Home ଓଡ଼ିଶା ସ୍ୱାଭିମାନ ଅଚଂଳର ଏଓବି ଦଳମର ମହିଳା ମାଓନେତ୍ରୀ ଙ୍କ ଆତ୍ମସମର୍ପଣ

ସ୍ୱାଭିମାନ ଅଚଂଳର ଏଓବି ଦଳମର ମହିଳା ମାଓନେତ୍ରୀ ଙ୍କ ଆତ୍ମସମର୍ପଣ

32

ମାଲକାନଗିରି,୨୪ା୧ (ଓଡିଆ ପୁଅ) ଆଜି ମାଲକାନଗିରି ଜିଲ୍ଲା ପୁଲିସ କୁ ମିଳିଛି ଏକ ବଡଧରଣର ସଫଳତା । ଏଓବି ସଂଗଠନର ମହିଳା ମାଓନେତ୍ରୀ ଲାଛି ଖରା(୧୯) ଓରଫ ଗୀତା ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓନେତ୍ରୀ ଲାଛି ଖରା ଙ୍କ ନିଜ ଘର ମାଲକାନଗିରି ଜିଲ୍ଲା ସ୍ୱାଭିମାନଅଚଂଳ ଜୋଡାମ୍ବ ମୁକୁଡିପାଲି ଗ୍ରାମରେ । ଗତ ଦୁଇବର୍ଷତଳେ କିଚି ମାଓବାଦୀ ତାଙ୍କ ଘରକୁ ଆସି ତାଙ୍କୁ ଜବରଦସ୍ତ ଜଙ୍ଗଲକୁ ନେଇଯାଇ ଥିଲେ , ମାଡ ମାରି ଭୟଭିତ କରି ମାଓ,ଂଗଠନରେ ସିମାଲି କରିିଲେ । ମାଓତାଲିମ ନେବାର କିଛି ଦିନପରେ ମାଲକାନଗିରି ମାଓଡିଭିଜନ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ମାଓଡିଭିଜନ ମିଲିଟାରୀ ପାର୍ଟି ମହିଳା ମାଓନେତ୍ରୀ ଭାବେ ଯୋଗଦେଇ ଅନେକ ମାଓହିଂସାକାଣ୍ଡରେ ସାମିଲ ଥିଲେ, ମାଓପ୍ରବଣ ଅଚଂଳରେ ସରକାରଙ୍କର କୌଣସି ବିକାଶ ମୁଳକ କାର୍ଯ୍ୟ ହୋଇପାରୁନଥିବା ଆନ୍ଦ୍ରପ୍ରଦେଶ ଓଡିଶା ଓ ଛତିଶଗଡ କ୍ୟାର୍ଡମାଓବାଦୀ ମାନଙ୍କ ମଧ୍ୟରେ ଭେଦଭାବ ତଳ କ୍ୟାର୍ଡର ମାଓବାଦୀଙ୍କ ଉପରେ ଜୁଲମ ଚଳାଇବା, ମହିଳା ମାଓବାଦୀ ଙ୍କ ଉପରେ ଅତ୍ୟାଚାର କରିବା,ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର କଥା କହି ଗାଁ ଲୋକମାନଙ୍କୁ ମନାଇ ଓ ଧମକଦେଇ ମାଓବାଦୀ ମାନେ ସେମାନଙ୍କ ସଂଗଠନରେ ସାମିଲ କରିଥିଲେ,ସ୍ୱାଭିମାନଅଚଂଳରେ ପୁଲିସ ଓ ବିଏସଏଫକ୍ୟାମ୍ପ ପ୍ରତିଷ୍ଟା ଓ ମାବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲକହିବା ପାଇଁ ପୁଲିସର ପ୍ରଚେଷ୍ଟାଚାଲିଥିବାରୁ ମାଓନେତ୍ରୀ ଲାଛି ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିବାପାଇଁ ଆଗେଇ ଆସିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ଖିଲାରୀ କହିଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓନେତ୍ରୀ ଲାଛି ପୁଲିସ ନିକଟରେ କହିଛି ମାଓବାଦୀ ମାନେ ମହିଳା, ଯୁବତୀ ଓ ସାନପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଥମେ ମାଓବାଦୀଙ୍କ ଚେତନା ନାଟ୍ୟ ଦଳମରେ ଭର୍ତି କରି ମାଓବାଦୀଙ୍କ ସଂଙ୍ଗୀତ ଓ ନୃତ୍ୟ ସହିତ ବିଭିନ୍ନ ପ୍ରକାରର ତାଲିମ ଦେଇଥାନ୍ତି । ପରେ ସେମାନଙ୍କୁ ବିଭିନ୍ନ ମାଓହିଂସାକାଣ୍ଡରେ ସାମିଲକରିଥାନ୍ତି, ସେ ଜାଣିବାକୁ ପାଇଲେ ଯେ ମାଓବାଦୀ ମାନେ ଗାଁ ଲୋକଙ୍କର କିଛି ଉପକାର କରୁନାହାଁନ୍ତି ଓଲଟି ସେମାନଙ୍କୁ ହତ୍ୟା,ମାରଧର କରୁଛନ୍ତି,ଦିନରେ ପୁଲିସର ଗିରଫ ଭୟ ରାତିରେ ମାଓବାଦୀଙ୍କ ଅତ୍ୟାଚାର କେତେଦିନ ଆଉ ସହିବେ ,ମାଓବାଦୀ ଙ୍କ ଭୟରେ ବିଭିନ୍ନଗ୍ରାମରେ କୌଣସି ସରକାରି ଉନ୍ନୟନ କାମ ହେଲାନାହିଁ, ଗରିବ ଲୋକେ ଇନ୍ଦିରା ଆବାସଟିଏ କି ରାସନକାର୍ଡ ଟିଏ ମଧ୍ୟ ପାଇପାରିଲେ ନାହିଁ କି ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ, କେତେ ଦିନ ଆଉ ମାଓବାଦୀଙ୍କୁ ଭୟକରି ସେମାନଙ୍କୁ ସମର୍ଥନ ଜଣାଇବେ ,ସ୍ୱାଭିମାନଅଚଂଳ ରେ ଗୁରୁପ୍ରୀୟା ସେତୁ ହେବାପରେ ମାଓପ୍ରବଣ ଇଲାକା ଗୁଡିକରେ ବିଏସଏଫ ଓ ପୁଲିସର କ୍ୟାମ୍ପ ହେବାରୁ ମାଓଦମନ ଯୋଜରାଦାର ଚାଲିଲା,ଅବହେଳିତ ହୋଇଥିବା ବିଛିନ୍ନାଚଂଳରେ ଉନ୍ନୟନ କାମ ର ଅଗ୍ରଗତି ହେବା ଦେଖି ସେ ନିସ୍ପତି ନେଲେ ମାଓସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣକରି ସାଧାରଣ ଲୋକଙ୍କ ପରି ବଚିଂବ ବୋଲି ଆତ୍ମସମର୍ପଣ କରିଥିବା ମାଓନେତ୍ରୀ ଲାଛି ଗଣମାଧ୍ୟମ ପ୍ରତିନିଧି ଙ୍କ ନିକଟରେ କହିଛନ୍ତି । ଆତ୍ମସମର୍ପଣ କରିଥିବା ଏହି ମହିଳା ମାଓବାଦୀ ଙ୍କୁ ଏସପି ଶ୍ରୀ ଖିଲାରୀ ଓ ମାଲକାନଗିରି ବିଏସଏଫ କ୍ୟାମ୍ପର ଅଧିକାରୀ ପୁସ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ମାଓବାଦୀ ଆତ୍ମସମର୍ପଣ ନିୟମ ଅନୁସାରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ଙ୍କୁ ସରକାରଙ୍କ ନିୟମ ଅନୁଯାଇ ସହାୟତା ଯୋଗାଇ ଦିଆଯିବା ସହ ତାଙ୍କୁ ସ୍ୱାବଲମ୍ବି କରିବା ପାଇଁ ମାଗଣରେ ବିଭିନ୍ନ ତାଲିମ ଦିଆଯିବ ବୋଲି ମାଲକାନଗିରି ଏସପି ଶ୍ରୀ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ମହିଳା କ୍ୟାର୍ଡର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାରୁ ଜିଲ୍ଲାପୁଲିସ ପାଇଁ ଏକ ବଡଧରଣର ସଫଳତା ଆଣି ଦେଇଥିବା ବେଳେ ସ୍ୱାଭିମାନ ଅଚଂଳର ମାଓସଂଗଠନ ପାଇଁ ଏହା ବିଫଳତାର କାରଣ ହୋଇ ମାଓସଂଗଠନ କୁ ଏକ ଶକ୍ତଧକ୍କା ଲାଗିଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.