ମାଲକାନଗିରି,୧୬ା୧ (ଓଡିଆ ପୁଅ ) ସ୍ୱାଭିମାନ ଅଚଂଳରେ ସ୍ୱଚ୍ଛଭାରତ ମିଶନରେ ପାଇଖାନା ନିର୍ମାଣ ରେ ଦୁର୍ନିତୀ କରିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲଙ୍କୁ କାର୍ଯ୍ୟରୁ ଆଜି ରାଜ୍ୟସରକାରଙ୍କ ପଚାଂୟତରାଜ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ସୁଚନା ଯୋଗ୍ୟ ଯେ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ପଚାଂୟତ ଓ ସ୍ୱାଭିମାନ ଅଚଂଳରେ ସ୍ୱଚ୍ଛଭାରତ ମିଶନ ଯୋଜନାରେ ପାଇଖାନା ନିର୍ମାଣ ନାମରେ ଆସିଥିବା କୋଟି କୋଟି ଟଙ୍କା କୁ ଠିକ ଭାବେ ବିନିଯୋଗ କରାନ ଯାଇ ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନିତି ହୋଇଥିବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତି କରି ଗତ କିଛି ମାସତଳେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱଚ୍ଛବାରତ ମିଶିନର କନିଷ୍ଟ ଯନ୍ତ୍ରୀ ରେଜେନ୍ଦ୍ର ସିଂ ଙ୍କୁ କାର୍ଯ୍ୟରୁ ନିମ୍ବିତ କରାଯାଇଥିଲା । ଏହି ଘଟଣାର ଜିଲ୍ଲାପ୍ରସାସନ ଓ ରାଜ୍ୟସରକାର ତଦନ୍ତକରି ଆଜି ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲରିମନ ଖର୍ସେଲ ଙ୍କୁ କାର୍ଯ୍ୟରୁ ନିଲମ୍ବିତ ନିର୍ଦ୍ଦେଶ ଦେବା ସହ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ବିଭାଗରେ ପ୍ରତିଦିନ ଉପସ୍ଥାନ ପକାଇବେ ଓ ପିଡି ଡିଆରଡିଏ ଙ୍କ ବିନା ଅନୁମତିରେ ଜିଲ୍ଲା ହେର୍ଡକ୍ୱାଟର ନ ଛାଡିବାକୁ ପଚାଂୟତରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ପ୍ରଥମେ କନିଷ୍ଟ ଯନ୍ତ୍ରୀ ତାପରେ ବିଡିଓ ଙ୍କୁ ଦୁର୍ନିତୀ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଖବର ପାଇ ଜିଲ୍ଲାରେ ଥିବା ଅନ୍ୟାନ ଦୁର୍ନିତୀପୁଣ୍ଣ ର୍ ଅଧିକାରୀ ମାନଙ୍କ ମନରେ ଛନକା ପସି ଯାଇଥିବାର ଜଣାପଡିଛି,କେତେ ବେଳେ କାହାର ପାଳିପଡିବ ସେ ଚିନ୍ତାରେ ଅଧିକାରୀମାନଙ୍କର ନିଦ ହଜିଯାଇଛି