Home ଓଡ଼ିଶା ସ୍ୱାଭିମାନ ଅଚଂଳରୁ ୩ଟି ଟିଫନ ବମ ଉଦ୍ଧାର,ବିସ୍ପୋରଣରୁ ଅଳ୍ପକେ ବର୍ତିଗଲେ ଯବାନ

ସ୍ୱାଭିମାନ ଅଚଂଳରୁ ୩ଟି ଟିଫନ ବମ ଉଦ୍ଧାର,ବିସ୍ପୋରଣରୁ ଅଳ୍ପକେ ବର୍ତିଗଲେ ଯବାନ

72

ମାଲକାନଗିରି,୧୫ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଚଂଳରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ପୋତିଥିଭା ୩ଟି ଟିପିନ ବମ ଉଦ୍ଧାର ହୋଇଛି ବିସ୍ପୋରଣରୁ ଅଳ୍ପକେ ବର୍ତି ଯାଇଛନ୍ତି ବିଏସଏଫ ଯବାନ ମାନେ । ସ୍ୱାଭିମାନ ଅଚଂଳ ମାଓପ୍ରବଣ ଜୋଡାମ୍ବ ଠାରୁ କେନ୍ଦୁଗୁଡା ଅଚଂଳକୁ ନୁତନ ରାସ୍ତା ନିର୍ମାଣ ଚାଲିଥିବା ବେଳେ ଏହାକୁ ସୁରକ୍ଷା ଯୋଗାଇଦେବା ଓ ମାଓସର୍ଚ ଅପରେସନରେ ସେହି ରାସ୍ତାରେ ପ୍ରତିଦିନ ବିଏସଏଫ ଯବାନ ମାନେ ଜାତା ୟତ କରିଥନ୍ତି । ମାଓବାଦୀ ମାନେ ଯବାନ ମାନଙ୍କୁ ଟାର୍ଗେଟ କରି ସେହି ରାସ୍ତାରେ ୩ଟି ସିରିଜ ଟିଫନ ବମ ପୋତିଥିଲେ । ଆଜି ସକାଳେ ବିଏସଏଫ ଯବାନ ମାନେ ସେହିରାସ୍ତାରେ ଯାଉଥିବା ବେଲେ ହଟାତ ସେମାନଙ୍କ ମେଟାଲ ଡିଟେକ୍ଟରରୁ ସାଇରନ ବାଜିଥିଲା ।ଯବାନ ମାନେ ଅଚତି ସତର୍କତାର ସହିତ ରାସ୍ତା ଜାଚଂ କରିବାରୁ ରାସ୍ତାରେ ପୋତା ଯାଇଥିବା ତିନୋଟି ତିନି କିଲୋ ଓଜନ ର ଟିଫିନ ବମକୁ ଠାବକରିଥିଲେ । ଏହି ବମଗୁଡିକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ବମନିସ୍କ୍ରିୟ କାରି ଦଳଙ୍କ ଦ୍ୱାରା ନିସ୍କ୍ରିୟ କରିଦିଆ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.