Home ଜିଲ୍ଲା ପରିକ୍ରମା ସ୍ୱାବଲମ୍ବୀ ଭାରତ ଅଭିଯାନ – ଯୁବ ସମାଜ ପାଇଁ ଏକ ସୁଯୋଗ

ସ୍ୱାବଲମ୍ବୀ ଭାରତ ଅଭିଯାନ – ଯୁବ ସମାଜ ପାଇଁ ଏକ ସୁଯୋଗ

14

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ, ସ୍ଥାନୀୟ ଭିତ୍ତିଭୂମିକୁ ଆଧାର କରି ଉଦ୍ୟୋଗ ସୃଷ୍ଟି କରିବା ସହିତ ନିଯୁକ୍ତି ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱଦେଶୀ ଜାଗରଣ ମଞ୍ଚ ସ୍ୱାବଲମ୍ବୀ ଭାରତ ଅଭିଯାନ ଆରମ୍ଭ କରିଛି ବୋଲି ଏହାର ରାଷ୍ଟ୍ରୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ଆଜି ଗାନ୍ଧୀପଡିଆ ସ୍ଥିତ ସୀତାରାମ ମଣ୍ଡପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପାଣିଗ୍ରାହୀ କହିଥିଲେ ଯେ ଭାରତର ଯୁବ ସମାଜକୁ ସ୍ୱାବଲମ୍ବୀ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଧାନମୀନର ଜିଲ୍ଲା ଭଦ୍ରକକୁ ସ୍ୱାବଲମ୍ବୀ କରିବା ପାଇଁ ୧୬ଟି ସଙ୍ଗଠନର କାର୍ଯ୍ୟକର୍ତ୍ତା ଏକ ସାମୁହିକ ମଞ୍ଚ ନିର୍ମାଣ କରି ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଲାଗିଛନ୍ତି । ଆଗାମୀ ଜାନୁୟାରୀ ୧୫ ତାରିଖରେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଉଦ୍‌ଘାଟନ କରାଯାଇ ଭଦ୍ରକ ଜିଲ୍ଲାର ଯୁବ ସମାଜକୁ ଚାକିରି ମାନସିକତାରୁ ଉଦ୍ୟୋଗୀ ମାନସିକତା ଆଡକୁ ନେବାକୁ ପ୍ରୟାସ ଆରମ୍ଭ ହୋଇଛି ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଦେଶର ୪୭୫ ଜିଲ୍ଲାରେ ୩୦୦୦୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ଅଭିଯାନ ଆଗେଇ ଚାଲିଛି । ଯୁବ ସମାଜ ମଧ୍ୟରେ ନୂତନ ଉଦ୍ୟମିତା ସୃଷ୍ଟି, ଉଦ୍ୟମୀ ମାନଙ୍କୁ ସମ୍ମାନ, ଜିଲ୍ଲା ଆଧାରିତ ରୋଜଗାର ସୃଜନର କ୍ରିୟାନ୍ୱୟନ ଉପରେ ଏହି ଅଭିଯାନ କାର୍ଯ୍ୟ କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ସହ ସମନ୍ୱୟକ ମାନସ ମହାନ୍ତି, ଅଭିଯାନର ସଦସ୍ୟ ଅମ୍ବିକା ପ୍ରସନ୍ନ ଦାସ, ବିକାଶ ପାଢୀ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜକ ଅଭିଯାନର ଜିଲ୍ଲା ସମନ୍ୱୟକ ସୁବ୍ରତ ଧଳ, ଲାଲା ଶିବଦାସ ରାଏ, ନାରାୟଣ ମହାରଣା, ଅଜିତ ପାତ୍ର, ରଜତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.