Home ଜିଲ୍ଲା ପରିକ୍ରମା ମହାନ ସଂସ୍କୃତିର ବାର୍ତ୍ତା ବାଣ୍ଟୁଛି ଜିଲ୍ଲା ସାଂସ୍କୃତିକ ମହୋତ୍ସବ, ସାଂସ୍କୃତିକ ମହୋତ୍ସବର ୪ର୍ଥ ସଂଧ୍ୟା

ମହାନ ସଂସ୍କୃତିର ବାର୍ତ୍ତା ବାଣ୍ଟୁଛି ଜିଲ୍ଲା ସାଂସ୍କୃତିକ ମହୋତ୍ସବ, ସାଂସ୍କୃତିକ ମହୋତ୍ସବର ୪ର୍ଥ ସଂଧ୍ୟା

15

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଶ୍ଚ୍ୟାତ୍ ଦେଶର ପ୍ରଭାବରେ ସ୍ଥଳ ବିଶେଷରେ ଆମ ସମାଜରେ ପରମ୍ପରା ଓ ସଂସ୍କୃତିର ଅବକ୍ଷୟ ଦେଖିବାକୁ ମିଳୁଛି । ତଥାପି ମଧ୍ୟ ଆମ ସଂସ୍କୃତି ମୌଳିକତା ଠାରୁ ଦୂେରେଇ ଯାଇ ନାହିଁ । ପ୍ରେତ୍ୟେକ କ୍ଷେତ୍ରରେ ଏପରିକି ବିଶ୍ୱ ଦରବାରରେ ଆେମେ ନିଜ ସଂସ୍କୃତିକୁ ନେଇ ଗର୍ବ ଅନନୁଭବ କରୁଛୁ । ତେଣୁ ଆମର ମହାନ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପାଇଁ ପ୍ରତ୍ୟେକ ଉଦ୍ୟମ ଜ।।ରୀ ରଖିବା ଉଚିତ େବୋଲି ଭଦ୍ରକ ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ଚାଲିଥିବା ୭ମ ସାସ୍କୃତିକ ମହୋତ୍ସବର ୪ର୍ଥ ସଂଧ୍ୟ।।େରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମହୋତ୍ସବ କମିଟିର ଅନ୍ୟତମ ଉପଦେଷ୍ଟା ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭ।।ବେ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ ଯୋଗଦେଇ ଯାହାର ସଂସ୍କୃତି ଯେତେ ବଳିଷ୍ଠ, ସେହି ଜାତି ସେସତେ ଉନ୍ନତ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ େଫେକର ବେଦାନ୍ତର ମୁଖ୍ୟ ନିର୍ବାହୀ ଅଧିକାରୀ ବଳବନ୍ତ ସିଂ ରାଠୋଡ ଯୋଗଦେଇ ପୁରାତନ ଓ ବର୍ତ୍ତମାନ ସଂସ୍କୃତି ଉପରେ ଏକ ତୁଳାନାତ୍ମକ ଚିତ୍‌୍ର ପ୍ରଦାନ କରିଥିେଲେ । ଉକ୍ତ ସଭାରେ କମିଟିର ସଭାପତି ରବି ନାରାୟଣ ଖିଲର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ସମାଜସେବୀ କଳ୍ପନା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ପ୍ରଖ୍ୟାତ ଯାତ୍ରା କଳାକାର ଦଇତାରୀ ପଣ୍ଡା ଯାତ୍ରା ସଂଳାପ ଉଚ୍ଚାରଣ କରି ଦର୍ଶକଙ୍କ ମନ ମୋହିଥିେଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.