Home ଜିଲ୍ଲା ପରିକ୍ରମା ଭଦ୍ରକ ତ୍ୟାଗଭୂମି ମହୋତ୍ସବର ୬ଷ୍ଠ ସନ୍ଧ୍ୟା, କଳା ସାହିତ୍ୟର ଅବିଚ୍ଛେଦ୍ୟ ଅଙ୍ଗ, ସାହିତ୍ୟର ସୌଧ ଭିତରେ...

ଭଦ୍ରକ ତ୍ୟାଗଭୂମି ମହୋତ୍ସବର ୬ଷ୍ଠ ସନ୍ଧ୍ୟା, କଳା ସାହିତ୍ୟର ଅବିଚ୍ଛେଦ୍ୟ ଅଙ୍ଗ, ସାହିତ୍ୟର ସୌଧ ଭିତରେ କଳା ଖୁନ୍ଦି ହୋଇରହିଥାଏ

11

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୀରଭୂମି, ଭଦ୍ରକ ଅନେକ ବରପୁତ୍ରଙ୍କୁ ତା କୋଳରେ ଜନ୍ମ ଦେଇଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପାଇଁ ଆଜି ସମଗ୍ର ଓଡ଼ିଆ ଜାତି ଗର୍ବିତ । କବିଶେଖର ଚିନ୍ତାମଣି ମହାନ୍ତି ହୁଅନ୍ତୁ କି ଜାତୀୟ କବି ବାଞ୍ଛାନିଧି ମହାନ୍ତି, ସେମାନଙ୍କ କଳା ସାହିତ୍ୟକୁ ରୁଦ୍ଦିମନ୍ତ କରି ରଖିଛି ବୋଲି ବରେଣ୍ୟ ଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର ମତବ୍ୟକ୍ତ କରିଛନ୍ତି । ଭଦ୍ରକ ନେହେରୁ ଷ୍ଟାଡିୟମ୍‌ରେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ଦ୍ୱାରା ପ୍ରାୟୋଜିତ ତ୍ୟାଗଭୂମି ୨୦୨୨-୨୩ ର ଆଜିର ମଞ୍ଚ କବିଶେଖରଙ୍କ ନାମରେ ନାମିତ ଥିଲା । ପ୍ରସଙ୍ଗ ଥିଲା କଳା ଓ ଜୀବନ ପାଇଁ ସାହିତ୍ୟ । ଆଲୋଚ୍ୟ ପ୍ରସଙ୍ଗ ଉପରେ ତଥ୍ୟ ଭିତ୍ତିକ ଦିକ୍ଷାନ୍ତ ଭାଷଣ ରଖିଥିଲେ ସମ୍ମାନିତ ବକ୍ତା ଅବସରପ୍ରାପ୍ତ ଅଧ୍ୟାପକ ପଦ୍ମକାନ୍ତ ଧଳ । ଭଦ୍ରକର ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ରବିନ୍ଦ୍ର କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେମୁଖ୍ୟଅତିଥି ଭାବରେ ଭାଷ୍ୟକାର ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଆଧ୍ୟାତ୍ମିକ ସାହିତ୍ୟରେ ନିଜର କଳାକୃତିକୁ ବଜାୟ ରଖିଛନ୍ତି ବୋଲି ନିଜର ମତ ରଖିଥିଲେ । ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡ. ଅଭୟ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ କଳାକୃତି ସାହିତ୍ୟ ସୃଷ୍ଟିର ଅନ୍ୟତମ ଆଧାର । ତ୍ୟାଗଭୂମିର ସଦସ୍ୟ କବି ପ୍ରଦୀପ କୁମାର ମହାନ୍ତି ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବାବେଳେ ଶିକ୍ଷୟିତ୍ରୀ ଦୀପ୍ତିମୟୀ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଦସ୍ୟ ଅମରେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରାପଡାରୁ ଆସିଥିବା ଭକ୍ତି ପୁଷ୍ପାଞ୍ଜଳି ଅନୁଷ୍ଠାନ ଦ୍ୱାରା ପରିବେଶିତ ଭଜନ ଓ ସୁଗମ ସଂଗୀତ ଓ ତିହିଡି ସଂଗୀତ ମହାବିଦ୍ୟାଳୟ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ତ୍ୟାଗଭୂମି ସଭାପତି ଅଜୟ ନାୟକ, ସଂପାଦକ ଅଧିବକ୍ତା ଗଦାଧର ବଳ, ସାଂସ୍କୃତିକ ସଂପାଦକ ବସନ୍ତ ମହାନ୍ତି, ସଂଗଠନ ସଂପାଦକ ସୁଧାକର ରାଉତ, ସହ ସଂପାଦକ ଗୌରାଙ୍ଗ ବାରିକ, ପତ୍ରିକା ସଂପାଦକ ଅଧ୍ୟାପକ ବିଶ୍ୱରଂଜନ ଦାସ, ଡକ୍ଟର ଅଭୟ କୁମାର ଦାସ, ଅମରେନ୍ଦ୍ର ବିଶ୍ୱାଳ, ଅମ୍ବିକାବଲ୍ଲଭ ସ୍ୱାଇଁ, ବ୍ୟୋମକେଶ ସେନାପତି, ରୂପକ ବିହାରୀ ରାୟ, ଅଶୋକ ଦ୍ୱିବେଦୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.