Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କ ପ୍ରଥମ ବାର୍ଷିକ ସ୍ମୃତି ସମାରୋହ ଅବସରରେ ପ୍ରତିମୂତ୍ତି ଉନ୍ମୋଚନ

ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କ ପ୍ରଥମ ବାର୍ଷିକ ସ୍ମୃତି ସମାରୋହ ଅବସରରେ ପ୍ରତିମୂତ୍ତି ଉନ୍ମୋଚନ

31

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଲେଇ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ, ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ତଥା କୃଷକ ନେତା ସ୍ୱର୍ଗତଃ ହୃଦାନନ୍ଦ ରାଉତଙ୍କର ପ୍ରଥମ ବାର୍ଷିକ ସ୍ମୃତିଚାରଣ ସମାରୋହ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ ହୋଇଯାଇଛି। ଏଥି ଉପଲକ୍ଷେ ସ୍ୱର୍ଗତଃ ରାଉତଙ୍କ କଲେଇ-ବଳଭଦ୍ରପୁର ସ୍ଥିତ କପାଳି ନଦୀକୂଳରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂତ୍ତିକୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲା ପରିଷଦ ସଭ୍ୟ ମଳୟ ଜେନା, ବର୍ତ୍ତମାନ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ ଓ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହାପରେ ରାଧାମାଧବ ଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସ୍ମୃତି କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ସାଂସଦ ଶ୍ରୀମତୀ ମଣ୍ଡଳ, ବିଧାୟକ ଶ୍ରୀ ମଲ୍ଲିକ, ଶ୍ରୀ ଜେନା, ଜିଲ୍ଲାପାଳ ଶ୍ରୀ ବୋନ୍ଦର, କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମଚରଣ ପରିଡା, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ସ୍ଥାନୀୟ ସରପଞ୍ଚ ନିରଂଜନ ମଳିକ, ଯୁବନେତା ତାପସ ରାୟ, ଅଭିରାମ ସାହୁ, ତୁଷାରକାନ୍ତି ପରିଡା, ସୁନୀଲ କୁମାର ଲେଙ୍କା, ଜଗବନ୍ଧୁ ଦାସ, ଶିକ୍ଷାବିତ୍ ନିତ୍ୟାନନ୍ଦ ମଳିକ ଓ ଶଙ୍କର୍ଷଣ ଦାସ ପ୍ରମୁଖ ଓ ଜିଲା ବାହାରୁ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ସ୍ୱର୍ଗତଃ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ସମାଜ କଲ୍ୟାଣ କାର୍ଯ୍ୟ ଓ ସ୍ୱାଧୀନତା ଆନ୍ଦୋଳନରେ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତଃ ରାଉତଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତି ସମାରୋହକୁ ପ୍ରଦୀପ ଜାଳି ଉଦ୍‌ଘାଟନ କରିବା ପରେ ଜଗନ୍ନାଥ ରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପରେ ପ୍ରଭାତ ଜେନାଙ୍କ ବେଦପାଠ ପରେ ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତଃ ରାଉତଙ୍କ ଉଦ୍ଦେଶ୍ୟରେ ‘ଏ ମାଟିର ଗାନ୍ଧି’ ସ୍ମୃତିପତ୍ର ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା। ଏହି ସଭା ସ୍ୱର୍ଗତଃ ରାଉତଙ୍କ ପୁତ୍ର ମାନସ କୁମାର, ପ୍ରକାଶ କୁମାର, ଆଶିଷ କୁମାରଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବାବେଳେ ଶେଷରେ ଶିକ୍ଷାବିତ୍ ବାବୁଲା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.