Home ଜିଲ୍ଲା ପରିକ୍ରମା ପ୍ରତାପ ଥିଲେ ପ୍ରତାପୀ ସଂଗ୍ରାମୀ, ପ୍ରତାପ ପଣ୍ଡାଙ୍କ ୧୧ତମ ଶ୍ରାଦ୍ଧୋତ୍ସବ, ମାଗଣା ମଧୁମେହ ପରୀକ୍ଷା ଓ...

ପ୍ରତାପ ଥିଲେ ପ୍ରତାପୀ ସଂଗ୍ରାମୀ, ପ୍ରତାପ ପଣ୍ଡାଙ୍କ ୧୧ତମ ଶ୍ରାଦ୍ଧୋତ୍ସବ, ମାଗଣା ମଧୁମେହ ପରୀକ୍ଷା ଓ ରକ୍ତଦାନ ଶିବିର

22

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବ ଭାରତୀୟ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ୧୧ତମ ଶ୍ରାଦ୍ଧ ସମାରୋହ ନଳାଙ୍ଗ ସାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇ ଯାଇଛି। ସକାଳେ ବିଷ୍ଣୁପୁର ଛକ ସ୍ଥିତ ସ୍ୱର୍ଗତ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବହୁ ବୁଦ୍ଧିଜୀବୀ, ଭାରତୀୟ ମଜଦୂର ସଂଘର କର୍ମକର୍ତ୍ତା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ବାଢିଥିଲେ। ପରେ ପ୍ରତାପ ପଣ୍ଡା ସ୍ମୃତି ସଂସଦ ଆନୁକୂଲ୍ୟରେ ନଳାଙ୍ଗ ସାଇ ମଣ୍ଡପରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ମୃତି ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କ ପୌରୋହିତ୍ୟ ଏବଂ ଶିକ୍ଷକ ବିଜୟ ମିଶ୍ରଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକା ତଥା ବିଶିଷ୍ଟ ନାରୀନେତ୍ରୀ ଡଃ ସୁନିତି ମୁଣ୍ଡ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ, ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଅଙ୍ଗନୱାଡି ମହାସଂଘର ରାଷ୍ଟ୍ରୀ ସଂଗଠନ ସମ୍ପାଦିକା ଅଞ୍ଜଳି ପଟେଲ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ପଣ୍ଡା ଛାତ୍ର ଜୀବନରୁ ସମାଜର ତଳ ଶ୍ରେଣୀ ଲୋକମାନଙ୍କ ପାଇଁ ନିଜର ଲଢେଇ ଆରମ୍ଭ କରିଥିଲେ। ଭାରତୀୟ ମଜଦୂର ସଂଘ ସହିତ ସାମିଲ ହୋଇ ସର୍ବଭାରତୀୟ କାର୍ଯ୍ୟକର୍ତ୍ତା ଭାବେ ନିଜର ପ୍ରତିଭାର ପରିଚୟ ଦେଇଥିଲେ। ଅଦମ୍ୟ ସାହସ, ନିର୍ଭୀକତା, ପ୍ରବଳ ଇଚ୍ଛାଶକ୍ତି ତାଙ୍କୁ କେବେ ହାର ମାନିବାକୁ ଦେଇ ନଥିଲା।

ଜଣେ ପ୍ରଚଣ୍ଡ ପ୍ରତାପୀ ଶ୍ରମିକ ନେତା ଭାବେ ସେ ବିଭିନ୍ନ ବର୍ଗରେ କାର୍ଯ୍ୟରତ ଶ୍ରମିକ, ଖଟିଖିଆମାନଙ୍କ ପାଇଁ ଲଢେଇ କରୁଥିଲେ। ସଂଘୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଏକ ସଡକ ଦୁର୍ଘଟଣାରେ ୨୦୧୧ ମସିହା ଅଗଷ୍ଟ ୨୩ ତାରିଖରେ ତାଙ୍କର ନାଗପୁର ଠାରେ ଦେହାନ୍ତ ହୋଇଥିଲା। ତାଙ୍କ ନିଧନ ସମଗ୍ର ଶ୍ରମିକ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନଙ୍କ ସହିତ ମନୋଜ ବସନ୍ତରାୟ, ବିକାଶ ସାମଲ, ବଦ୍ରିନାରାୟଣ ଧଳ, ଅକ୍ଷୟ ସାହୁ, ସୁରେଶ ସାମଲ, ରଘୁନାଥ ଦାସଅଧିକାରୀ, ମୁକ୍ତିକାନ୍ତ ସାହୁ, ନିର୍ମଳ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ କହିଥିଲେ। ଏହି ଅବସରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ପ୍ରତିଭା କ୍ରୀଡାବିତ୍ ରାଖାଲ ସେଠୀ, ନାଟ୍ୟକାର ତଥା ସମାଜସେବୀ ପ୍ର. ଅଟଳ ବିହାରୀ ନାୟକ, ଆକାଶବାଣୀ ଗୀତିକାର ରମାକାନ୍ତ ଦାସ, ଶିକ୍ଷକ ରବିନ୍ଦ୍ର ପତି, ସଫଳ ଚାଷୀ ପୂର୍ଣ୍ଣ ଚନ୍ଦ୍ର ରାଉତ, ମାଟ୍ରିକ ପରୀକ୍ଷାରେ ବ୍ଳକର ସର୍ବୋଚ୍ଚ ନମ୍ବର ରଖିଥିବା କୃତିଛାତ୍ର ଜ୍ୟୋତିପ୍ରକାଶ ପଣ୍ଡା ପ୍ରମୁଖଙ୍କୁ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯିବା ସହିତ ମାଗଣା ମଧୁମେହ ପରୀକ୍ଷା କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଶାନ୍ତନୁ କୁମାର ମହାପାତ୍ର, ସରପଞ୍ଚ ଅମୂଲ୍ୟ ନାୟକ, ରାମଚନ୍ଦ୍ର ରାଉତ, ସମ୍ପାଦକ ଡା. ରବିନ୍ଦ୍ର ପଣ୍ଡା, ପରେଶ ନାଥ ଧଳ, ସୁମିତା ମହାପାତ୍ର, ପ୍ରଦିପ୍ତ ପଣ୍ଡା, ତପନ ପାତ୍ର, ବିଦ୍ୟାଧର ସେଠୀ, ଲକ୍ଷ୍ମୀପ୍ରିୟା ରାଉତ, ପ୍ରକାଶ ମହାପାତ୍ର, ହେମନ୍ତ ପାଢୀ, ଜଗବନ୍ଧୁ ଦାସ, ପ୍ରଦିପ ସାହୁ, ଭିକାରୀ ଚରଣ ସେଠୀ, ମଧୁସୂଦନ ମହାନ୍ତି, ପ୍ରଫୁଲ୍ଲ ନାୟକ, ଆଶୁତୋଷ ପାଣି, ଅକ୍ଷୟ ମହାନ୍ତି, ବିଜୟ ପାଣି, ଜ୍ୟୋତିପ୍ରକାଶ ଦାସ, ପ୍ରସନ୍ନ ରାଉତ, ଅରୁଣୋଦୟ ଖିଲାର, ପ୍ରଶାନ୍ତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.