Home ଜିଲ୍ଲା ପରିକ୍ରମା ଯୌତୁକ ଦାବିରେ ବଧୂହତ୍ୟା କଲା ଶ୍ୱଶୁର

ଯୌତୁକ ଦାବିରେ ବଧୂହତ୍ୟା କଲା ଶ୍ୱଶୁର

39

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ନଳାଙ୍ଗ ଗ୍ରାମରେ ଯୌତୁକ ପାଇଁ ଜଣେ ନବବଧୂକୁ ଶ୍ୱଶୁର ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏଥିନେଇ ହୋଇଥିବା ଅଭିଯୋଗ ମୂଳେ ଯାଜପୁର କୁଆଖିଆ ବରଜଙ୍ଗ ଅଂଚଳର ଲକ୍ଷ୍ମୀଧର ଦଳାଇଙ୍କ କନ୍ୟା ପ୍ରିୟଙ୍କା ଗତ ଜୁନ୍ ୭ ରେ ବୈଦିକ ରୀତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ନଳାଙ୍ଗ ଗ୍ରାମନିବାସୀ ଆନନ୍ଦ ଚନ୍ଦ୍ର ନାୟକଙ୍କ ପୁତ୍ର ଅସୀମ ସଂକେତ (ଜଣେ ବେସରକାରୀ ବ୍ୟାଙ୍କ କର୍ମଚାରୀ) ଙ୍କ ସହିତ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ପ୍ରିୟଙ୍କାଙ୍କ ପିତା ବିବାହ ସମୟରେ ନଗଦ ୧ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଦେଇଥିଲେ। ମାତ୍ର ଶ୍ୱଶୁର ଘର ଲୋକେ ୫ ଲକ୍ଷ ଟଙ୍କା ଅଧିକ ଯୌତୁକ ଦାବିରେ ତାଙ୍କ ପ୍ରତି ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିବାବେଳେ ଗତକାଲି ପ୍ରିୟଙ୍କାଙ୍କ ସ୍ୱାମୀ ଘରେ ନଥିବାବେଳେ ଶ୍ୱଶୁର ଆନନ୍ଦ ବୋହୂକୁ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କାଙ୍କ ମା’ ସଂଯୁଲତା ଦଳେଇ। ଏଥିନେଇ ପ୍ରିୟଙ୍କାଙ୍କ ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଶ୍ୱଶୁର ଆନନ୍ଦ ଓ ଶାଶୁ ଶାନ୍ତିଲତାଙ୍କୁ ଗିରଫ କରି କେଶ୍ ନଂ ୪୪୧/୨୨ ମୂଳେ ଏକ ମାମଲା ରୁଜୁ ପୂର୍ବକ ଅଧିକ ତଦନ୍ତ ଆରମ୍ଭ କରିଛି। ଶବକୁ ଜବତ କରି ପୁଲିସ୍ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ କରାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.