Home ଓଡ଼ିଶା ସ୍ୱାଧୀନତାର ଦୀର୍ଘ ୭୩ବର୍ଷ ପରେ ମାଓଗଡ ଜୋଡାମ୍ବ ଗ୍ରାମକୁ ଗଡିଲା ଯାତ୍ରାବାହି ବସ

ସ୍ୱାଧୀନତାର ଦୀର୍ଘ ୭୩ବର୍ଷ ପରେ ମାଓଗଡ ଜୋଡାମ୍ବ ଗ୍ରାମକୁ ଗଡିଲା ଯାତ୍ରାବାହି ବସ

137

ମାଲକାନଗିରି,୧୦ା୭(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଚଂଳର ମାଓପ୍ରବଣ ଅପହଁଚ ଜୋଡାମ୍ବ ଗ୍ରାମକୁ ଆଜି ସରକାରି ବସଟିଏ ଗଡିଛି ।ସ୍ୱାଧୀନତାର ଦୀର୍ଘ୭୩ବର୍ଷ ପରେ ଜୋଡାମ୍ବ ଗ୍ରାମବାସୀ ନିଜ ଗାଁ ନିକଟରୁ ସରକାରି ବସରେ ବସିବାର ସୁଯୋଗ ପାଇପାରିଛନ୍ତି । ଓଡିଶା ସରକାରଙ୍କ ଲୋକାଭିମୁଖି ଯୋଜନାମାନଙ୍କ ମଧ୍ୟରେ ଉପାନ୍ତ ଓ ଦୁର୍ଗମ ଅପହଁଚ ଅଚଂଳର ଗ୍ରାମବାସୀ ମାନଙ୍କୁ ଗମନା ଗମନର ସୁବିଧା ଯୋଗାଇ ଦେବା ନିମନ୍ତେ ଆଜି ଠାରୁ ମାଲକାନଗିରି ବସଷ୍ଟାଣ୍ଡାଠରେ ଓଡିଶା ରାଜ୍ୟସଡକ ପରିବହନ ନିଗମର ଏକ ବସ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନଅଚଂଳ ର ମାଓପ୍ରବଣ ଜୋଡାମ୍ବ ଗ୍ରାମକୁ ଯାତାୟତ ଆରମ୍ଭ କରିଛି । ଆଜି ଅପରାହ୍ନରେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏହି ବସଟିକୁ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା ସବୁଜପତକା ଦେଖାଇ ଉଦଘାଟନ କରିଛନ୍ତି । ଏହି ଉଦଘାଟନି ସମୟରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିମି, ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦିଲ୍ଲୀପ କୁମାର ସମାନ୍ତରାଏ,ଆଚଂଳିକ ପରିବହନ ଅଧିକାରୀ ସନତ କୁମାର ଜେନା ପ୍ରମୁଖ ଉପସ୍ଥିତି ଥିଲେ । ଏହି ବସଟି ସ୍ୱାଭିମାନ ଅଚଂଳ ଜୋଡାମ୍ବ ଗ୍ରାମରୁ ସକାଳ୫ଟା୩୦ମନିଟରେ ଛାଡିବ,ଭାୟା ବାଲିମେଳା ମାଲକାନଗିରି ହୋଇ କାଲିମେଳା ଠାରେ ୧୨ଟା ୪୦ମିନିଟରେ ପହଁଚି ପୁଣି ସେଠାରୁ ବାହାରୁ ମାଲକାନଗିରି ବସଷ୍ଟାଣ୍ଡରେ ଅପରାହ୍ନ ୩ଟା୨୫ମନିଟରେ ପହଁଚି ଚିତ୍ରକୋଣ୍ଡା ଜୋଡାମ୍ବ ଅଭି ମୁଖେ ଯାତ୍ରାକରିବ, ବସଟି ଜୋଡାମ୍ବ ଗ୍ରାମରେ ରାତ୍ରରହଣି କରି ପୁଣି ସକାଳ ୫ଟା୩୦ମନିଟରେ ବାଲିମେଳା ମାଲକାନଗିରି ଭୟା ହୋଇ କାଲିମେଳା ଅଭି ମୁଖେ ଯାତ୍ରାକରିବ ବୋଲି ଆଚଂଳିକପରିବହନ ଅଧିକାରୀ ସୁଚନା ଦେଇଛନ୍ତି । ପୁବ ର୍ରୁ ଜୋଡାମ୍ବ ଗ୍ରାମବାସୀ ମାନେ ମାଲକାନଗିରି କିମ୍ବାବାହରକୁ ଯିବାକୁ ହେଲେ ସେମାନେ ଦୀର୍ଘ୧୦କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ମୁଖ୍ୟରାସ୍ତାକୁ ଆସିଥାନ୍ତି ସେଠାରୁ ଚିତ୍ରକୋଣ୍ଡାକୁ ଗଲାପରେ ବସରେ ନିଜଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥାନ୍ତି । ଏହି ବସଟି ଚଳାଚଳ ଆରମ୍ଭ କରିଥିବାରୁ ସେହି ଦୁର୍ଗମ ଅପହଁଚ ଇଲାକାର ଗ୍ରାମବାସୀ ମାନେ ସିଧାସଳଖ ଭାବେ ନିଜ ଗାଁରୁ ବସରେ ଯାତ୍ରାକରିପାରିବେ । ପ୍ରଥମ କରି ଏହି ସରକାରି ବସଟି ମାଓପ୍ରବଣ ଦୁର୍ଗମ ଜୋଡାମ୍ବ ଗ୍ରାମକୁ ଚଳାଚଳ ଆରମ୍ଭ କରିଥିବାରୁ ସ୍ୱାଭିମାନ ଅଚଂଳବାସିଙ୍କ ସହିତ ଜୋଡାମ୍ବ ଗ୍ରାମବାସୀ ରାଜ୍ୟସରକରା ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.