Home ଅନୁଗୁଳ ଡିଏଭି କଳିଙ୍ଗ ଏରିଆ କଳା ଶିକ୍ଷକ ପାଇବେ ଲଳିତ କଳା ପୁରସ୍କାର

ଡିଏଭି କଳିଙ୍ଗ ଏରିଆ କଳା ଶିକ୍ଷକ ପାଇବେ ଲଳିତ କଳା ପୁରସ୍କାର

67

ତାଳଚେର,୧୦/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍‌.ସି.ଏଲ୍ କଳିଙ୍ଗ ଡିଏଭି ର କଳା ଶିକ୍ଷକ ପବିତ୍ର ମୋହନ ଶତପଥୀ ଓଡିଶା ଲଳିତ କଳା ଏକାଡେମୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କୋଭିଡ-୧୯ର ବିଷୟବସ୍ତୁକୁ ନେଇ ଏକାଡେମୀ ପକ୍ଷରୁ ଏକ ଅନଲାଇନ୍ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଶ୍ରେଷ୍ଠ ୩ ଶହ ଜଣ ପ୍ରତିଯୋଗୀଙ୍କ ଚିତ୍ରକୁ ପୁରସ୍କାର ପାଇବା ପାଇଁ ଜୁରି କମିଟି ଦ୍ୱାରା ମନୋନୀତ କରାଯାଇଛି । ଶ୍ରୀ ଶତପଥୀ ନିଜର ଚିତ୍ରରେ ମହାମାରୀ କୋରୋନା କବଳରୁ ସୁରକ୍ଷିତ ରହି ପାରିବା ତଥା କୋଭିଡ ନିୟମାନୁଯାୟୀ ଘରୁ ବାହାରକୁ ନ ଯିବା,ସାମାଜିକ ଦୂରତାକୁ ପାଳନ କରିବା,ମୁହଁରେ ମାସ୍କ ପରିଧାନ କରିବା ସହ ବାରମ୍ବାର ହାତକୁ ଧୋଇବା ଆଦି ବିଭିନ୍ନ ନିୟମକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିଜ ଚିତ୍ର ମାଧ୍ୟମରେ ସଚେତନ କରାଇଛନ୍ତି । ଶ୍ରେଷ୍ଠ ୩ ଶହ ଜଣ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଏହି କଳାକୃତିଟି ସ୍ଥାନ ପାଇଥିବାରୁ ଶ୍ରୀ ଶତପଥୀ ବିଭାଗୀୟ ଅଧୀକାରୀ ଓ ବିଚାରକମଣ୍ଡଳକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଅବସରରେ ଚିତ୍ରଟିର ବାର୍ତାକୁ ଜନସାଧାରଣ ଗ୍ରହଣ କରିବା ସହ କୋରୋନାର ମୁକାବିଲା କରିବାରେ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.