Home ଓଡ଼ିଶା ସ୍ୱର୍ଗଦ୍ୱାରରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳ ଉଚ୍ଛେଦ ହେଲା

ସ୍ୱର୍ଗଦ୍ୱାରରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳ ଉଚ୍ଛେଦ ହେଲା

612

ପୁରୀ, ୨୦/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସ୍ୱର୍ଗଦ୍ୱାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳକୁ ଉଚ୍ଛେଦ କରାଯାଇଛି। ସ୍ୱର୍ଗଦାରର ବିକାଶ ଓ ନବୀକାରଣ କାର୍ଯ୍ୟ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମାଧିସ୍ଥଳକୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ରାଜ୍ୟ ସରକାରଙ୍କର ନିଷ୍ପତିକ୍ରମେ ୫କୋଟି ଟଙ୍କା ଅନୁଦାନରେ ସ୍ୱର୍ଗଦ୍ୱାର ନବୀକରଣ ହେବ। ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଫଳରେ ଆସୁଥିବା ଲୋକେ ଶବ ସଂସ୍କାର କାର୍ଯ୍ୟ ସୁବିଧାରେ କରିପାରିବେ। ହାଇଦ୍ରାବାଦର ବୈକୁଣ୍ଠ ମହାପ୍ରସ୍ଥାନମ୍ ଢାଂଚାରେ ସ୍ୱର୍ଗଦ୍ୱାରର ଚିତ୍ର ବଦଳିବ। ଶବ ବାହକମାନଙ୍କ ପାଇଁ ବିଶ୍ରାମ କକ୍ଷ ହେବ। ସବୁ ଋତୁରେ ଶବ ଦାହ ନେଇ ଅନୁକୂଳ ବ୍ୟବସ୍ଥା କରାଯିବା ସହ ଅସ୍ଥି ସଂଗ୍ରହର ଓ ସଂରକ୍ଷଣ ନେଇ ବ୍ୟବସ୍ଥା ହେବ। ଏଥିପାଇଁ ସ୍ଥାନ ଅଭାବ ଥିବାରୁ ବିଜୁଙ୍କ ସମାଧି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ବୁଧବାର ରାତିରେ ବିଜୁଙ୍କ ସମାଧି ଉଚ୍ଛେଦ କରାଯାଇଛି। ୧୯୯୯ ମସିହାରେ ପୁରୀ ପୌରପାଳିକା ସ୍ୱର୍ଗଦ୍ୱାର ଭିତରେ ବିଜୁଙ୍କ ସ୍ମୃତିରେ ଏକ ସମାଧିସ୍ଥଳ ନିର୍ମାଣ କରିଥିଲା। ଅନ୍ୟପଟେ ସ୍ୱର୍ଗଦ୍ୱାରରୁ ବିଜୁ ସମାଧି ଉଠାଇବା ନେଇ ପୁରୀ ଜିଲ୍ଲା ଅଦାଲତରେ ୧୯୯୯ ମସିହାରେ ପୁରୀର ଆଇନଜୀବି ରମେଶ ପ୍ରସାଦ ସିଂ ଏକ ମାମଲା ରୁଜୁ କରିଥିଲେ। ସ୍ୱର୍ଗଦ୍ୱାର ଭଳି ଏକ ହିନ୍ଦୁ ସମାଜ ଏକ ସ୍ୱତନ୍ତ୍ର ସ୍ଥାନରେ ଯାଗା ଅକ୍ତିଆର କରି ସମାଧି ନିର୍ମାଣ ଘଟଣା ପ୍ରତିବାଦରେ ଏହି ମାମଲା ହୋଇଥିଲା। ଏବେ ସରକାର ଏହାକୁ ବୁଝି ବିଜୁଙ୍କ ସମାଧିପୀଠ ହଟାଇବା ସ୍ୱାଗତ ଯୋଗ୍ୟବୋଲି ଆଇନଜୀବି ରମେଶ ପ୍ରସାଦ ସିଂ କହିଛନ୍ତି। ବିଜୁ ପଟ୍ଟନାୟକଙ୍କୁ ସମସ୍ତେ ଭଲ ପାଆନ୍ତି। ତାଙ୍କ ଭଳି ବ୍ୟକ୍ତି ପାଇଁ ଅନ୍ୟ ଏକ ସ୍ୱତନ୍ତ୍ର ଯାଗାରେ ବିଜୁ ସମାଧି ସ୍ଥଳ କରିବା ଉଚିତ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.