Home ଓଡ଼ିଶା ସୂର୍ଯ୍ୟୋପରାଗ ପାଇଁ ୨୫ ରେ ରାତିସାରା ଖୋଲାରହିବ ଶ୍ରୀମନ୍ଦିର

ସୂର୍ଯ୍ୟୋପରାଗ ପାଇଁ ୨୫ ରେ ରାତିସାରା ଖୋଲାରହିବ ଶ୍ରୀମନ୍ଦିର

1006

ପୁରୀ, ୨୦/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଡିସେମ୍ବର ୨୬ରେ ସୂର୍ଯ୍ୟୋପରାଗ। ଏହିଦିନ ସକାଳ ୮ ଘଂଟା ୨୦ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବା ତେଣୁ ଡିସେମ୍ବର ୨୫ ରାତି ୮ଟା ୨୦ମିନିଟରୁ ପାକତ୍ୟାଗ ସହ ଅନ୍ନଭୋଜନ, ଦେବନୀତି ନିଷେଧ କରାଯାଇଛି। ସେହି ଦୃଷ୍ଟିରୁ ଏହି ସମୟ ପରଠାରୁ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦେବନୀତି ନିଷେଧ କରାଯାଇଛି। ପହିଲି ଭୋଗରେ କୌଣସି ବି ନୀତି ଏହି ସମୟ ପରଠାରୁ ସଂପାଦନ ହେବନି। ଏହି ଦୃଷ୍ଟିରୁ ୨୫ ତାରିଖ ରାତି ୮ଟା ୨୦ ରୁ ୨୬ ତାରିଖ ୮ଟା ୨୦ ମିନିଟ୍ ୮ ସେକେଣ୍ଡ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହୁଡ ସହ ଅନ୍ୟାନ୍ୟ ନୀତି ନିଷେଧ କରାଯାଇଛି। ଯେହେତୁ ପହୁଡ ନୀତି ଅନୁଷ୍ଠିତ ହେବନି, ସେହି ଦୃଷ୍ଟିରୁ ୨୫ ତାରିଖ ରାତିସାରା ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନା ସୂଚନା ଦେଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ ରାତିସାରା ଶ୍ରୀମନ୍ଦିର ଖୋଲାରହିବ। ଭକ୍ତମାନେ ଶ୍ରୀମନ୍ଦିର ଯାଇପାରିବେ। ମହାପ୍ରଭୁଙ୍କ ଦର୍ଶନ ବି କରିପାରିବେ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ କେତେ ସମୟ ହୋଇପାରିବ ସେ ଉପରେ କୌଣସି ନିଷ୍ପତି ନିଆଯାଇନାହିଁ। ତଥାପି ଶ୍ରୀମନ୍ଦିର ବନ୍ଦ ହେବନାହିଁ। ୨୬ତାରିଖ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହେବ। ପରେ ବିଭିନ୍ନ ନୀତି ଆରମ୍ଭ ହେବ। ସୂଚନା ଯୋଗ୍ୟ ଗତ ୧୬ ତାରିଖ ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ମକର ସଂକ୍ରାନ୍ତିରେ ଏହି ନୀତି ଶେଷ ହେବ। ଏଥିପାଇଁ ସ୍ୱତନ୍ତ୍ର ନୀତି ଚୂଡାନ୍ତ ହୋଇଛି। ଚୂଡାନ୍ତ ନୀତି ଅନୁଯାୟୀ ରାତି ୧୧ଟାରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରି ପହୁଡ ହେଉଛି। କିନ୍ତୁ୨୫ ତାରିଖରୁ ୨୬ ତାରିଖ ଗ୍ରହ ସ୍ପର୍ଶ ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.