Home କୋରାପୁଟ ସ୍ୱଦେଶୀ ସପ୍ତାହ ଉଦଯାପିତ

ସ୍ୱଦେଶୀ ସପ୍ତାହ ଉଦଯାପିତ

232

କୋରାପୁଟ ୦୩-୧୦(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ୱଦେଶୀ ଜାଗରଣ ମଂଚ ତରଫରୁ ପାଳନ କରାଯାଉଥିବା ସ୍ୱଦେଶୀ ସପ୍ତାହ ଉଦଯାପିତ ହୋଇଛି ।  ସେପ୍ଟେମ୍ବର ୨୫ ତାରିଖ ପଣ୍ଡିତ ଦିନଦୟାଲଙ୍କ ଜୟନ୍ତୀ ଠାରୁ ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଏହି ସ୍ୱଦେଶୀ ସପ୍ତାହ ପାଳନ କରାଯାଇଥିଲା । ମଂଚର ଜିଲ୍ଲା ସଂଯୋଜକ ମନୋରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନୀଳକଣ୍ଠ ମହାନ୍ତି, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ପତିତପାବନ ସାହୁ ଯୋଗଦେଇ ଦେଶର ଆର୍ଥକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ସ୍ୱେଦେଶୀ ବସ୍ତୁର ବହୁଳ ବ୍ୟବହାର ଆବଶ୍ୟକ ବୋଲି ମତ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଭାରତମାତା, ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରିଥଲେ । ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ ବାଲାଜି ସଗରିଆ ଯୋଗ ଦେଇଥିଲେ । ମଂଚର କାର୍ଯ୍ୟକର୍ତା ସପ୍ତାହ ବ୍ୟାପି ସ୍ୱଦେଶୀ ସୂଚୀ (ସ୍ୱଦେଶୀ ବସ୍ତୁ ତାଲିକା) ବାଣ୍ଟିବା ସହିତ ବିଦେଶୀ ବସ୍ତୁ ବର୍ଜନ କରିବାପାଇଁ  ଜନସାଧାରଣଙ୍କୁ ସଚେତନ କରିଥିଲେ ।
ସ୍ୱଦେଶୀ ସପ୍ତାହ ପାଳନ ଅବସରରେ ମଂଚ ତରଫରୁ ହାଇସ୍କୁଲସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ଅଷ୍ଟମ, ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚିତ୍ରାଙ୍କନରେ ସୁମନ ମହାପାତ୍ର ପ୍ରଥମ ହୋଇଥିବା ବେଳେ ଶୁଭମ ବାରିକ ଦ୍ୱୀତିୟ, ପ୍ରଜ୍ଜଳ ପାଢୀ ଓ ଗୁପ୍ତ ପରଜା ତୃତୀୟ ହୋଇ ପୁରସ୍କୃତ ହୋଇଥିଲେ । ଶୀତଲ ମହାନ୍ତି ବକୃତା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଥିବା ବେଳେ ଶୋଭାମିତ୍ରା ସାହୁ ଓ ଜ.ି ବିମଳା ଦ୍ୱୀତିୟ ଓ ପି .ଚନ୍ଦ୍ରିକା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ଆଳିଶା ମହାପାତ୍ର ପ୍ରଥମ, ଶୋଭାମିତ୍ରା ସାହୁ ଦ୍ୱୀତିୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶୀତଲ ମହାନ୍ତି, ଜି ବିମଳାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
ମଂଚର ରବିନାରାୟଣ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ନଗର ସଭାପତି ଉମା ଶଙ୍କର ଦାସ, ଶେଷାଦ୍ରୀ ପାଣିଗ୍ରାହି, ମୃତ୍ୟୁଞ୍ଜୟ ଶତପଥି, ମନ୍ମଥନାଥ ପାଢି, ଲଲାଟେନ୍ଦୁ ପାଠୀ, ଭେଙ୍କଟେଶ ମିଶ୍ର, ପ୍ରିୟ ରଞ୍ଜନ ଦାଶ, କେଶବ ଚନ୍ଦ୍ର ପଟ୍ଟନାୟକ, ସୌମେନ୍ଦ୍ର  କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ଗୁଡିକ ପରିଚାଳନା କରିଥିଲେ ।
ସାରା ବିଶ୍ୱରେ ମହାତ୍ମାଗାନ୍ଧୀଙ୍କ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଥିବା ଅବସରେ ମଚଂ ତରଫରୁ ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୨୦୦ ଚାରା ଯୁବ ରେଡକ୍ରସ ସହାୟତାରେ ମହାବିଦ୍ୟାଳୟ ପରିସରରେ ଲଗାଯାଇଛି ।

??

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.