Home Top News ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

72

– ୭୪୦୦ରୁ ଅଧିକ ଭାରତୀୟ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ୱଦେଶ ଫେରିବେ

ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି । ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ନିବିଡ଼ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ପ୍ରକାର ପ୍ରୟାସ କରୁଛି । ଦ୍ରୁତ ଉଦ୍ଧାର ପ୍ରକ୍ରିୟାରେ ଇଣ୍ଡିଆନ ଏୟାର ଲାଇନ୍ସ ନିଜର ସବୁ ସମ୍ବଳକୁ ବିନିଯୋଗ କରୁଛି । ଚାରି ଜଣ କେନ୍ଦ୍ର ମନ୍ତ୍ରୀ – ଶ୍ରୀ ହରଦୀପ ସିଂ ପୁରୀ, ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ, ଶ୍ରୀ କୀରନ ରିଜିଜୁ ଏବଂ ଜେନେରାଲ ଭି.କେ. ସିଂ ଉଦ୍ଧାର କାର୍ଯ୍ୟ ତଦାରଖ ଓ ସହାୟତା କରିବା ଲାଗି ୟୁକ୍ରେନ ନିକଟବର୍ତ୍ତୀ ଦେଶକୁ ଯାଇଛନ୍ତି । ଭାରତୀୟ ବେସାମରିକ ବିମାନ ସହିତ ଭାରତୀୟ ବାୟୁସେନାର ବିମାନ ନିୟମିତ ଭାବେ ଅଟକ ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଲଗାତାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ଉଦ୍ଧାର ପ୍ରକ୍ରିୟା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୬୨୦୦ରୁ ଅଧିକ ଭାରତୀୟ ଫେରି ଆସିଛନ୍ତି । ଆଜି ୧୦ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୮୫ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି ।

ଆଜି ବୁକାରେଷ୍ଟରୁ ୫ଟି, ବୁଦାପେଷ୍ଟରୁ ୨ଟି, କୋସିକେରୁ ଗୋଟିଏ ଏବଂ ରେସେସୋରୁ ୨ଟି ବେସାମରିକ ବିମାନ ଜରିଆରେ ଭାରତୀୟମାନେ ସ୍ୱଦେଶ ଫେରିଛନ୍ତି । ଏହାବ୍ୟତୀତ, ଭାରତୀୟ ବାୟୁସେନାର ୩ଟି ବିମାନ ଆଜି ଅଧିକ ଭାରତୀୟମାନଙ୍କୁ ନେଇ ସ୍ୱଦେଶ ଫେରୁଛି । ବେସାମରିକ ବିମାନଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇଛି । ୭୪୦୦ରୁ ଅଧିକ ଭାରତୀୟ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଫେରିବେ । ଆସନ୍ତାକାଲି ୩୫୦୦ ଭାରତୀୟ ଏବଂ ମାର୍ଚ୍ଚ ୫ ତାରିଖରେ ୩୯୦୦ ଭାରତୀୟ ସ୍ୱଦେଶ ଫେରିବେ ଆଶା କରାଯାଉଛି।

ଆସନ୍ତାକାଲି ପହଞ୍ଚିବାକୁ ଥିବା ବିମାନଗୁଡ଼ିକର ପ୍ରାରମ୍ଭିକ ସୂଚୀ ନିମ୍ନରେ ଦିଆଗଲା:

 

ତାରିଖ ଏୟାରଲାଇନ ପ୍ରସ୍ଥାନ ଆଗମନ ପହଞ୍ଚିବାର ଆନୁମାନିକ ସମୟ ବିମାନ ସଂଖ୍ୟା
୦୪.୦୩.୨୦୨୨ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବୁକାରେଷ୍ଟ ମୁମ୍ବାଇ ୦୬:୨୦
  ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବୁଦାପେଷ୍ଟ ମୁମ୍ବାଇ ୦୮:୩୦
  ଏୟାର ଇଣ୍ଡିଆ ବୁକାରେଷ୍ଟ ନୂଆଦିଲ୍ଲୀ ୧୦:୦୫
  ସ୍ପାଇସ୍‌ ଜେଟ୍‌ କୋସିକେ ନୂଆଦିଲ୍ଲୀ ୧୧:୨୦:୦୦,୧୪:୧୦
  ଇଣ୍ଡିଗୋ ବୁଦାପେଷ୍ଟ ନୂଆଦିଲ୍ଲୀ ୦୪:୪୦, ୦୮:୨୦
  ଇଣ୍ଡିଗୋ ରେସେସୋ ନୂଆଦିଲ୍ଲୀ ୦୮:୨୦, ୦୫:୨୦, ୦୬:୨୦
  ଇଣ୍ଡିଗୋ ବୁକାରେଷ୍ଟ ନୂଆଦିଲ୍ଲୀ ୦୨:୩୦, ୦୩:୪୦, ୦୪:୪୦
  ଇଣ୍ଡିଗୋ ସସେଭା ନୂଆଦିଲ୍ଲୀ ୦୪:୦୫,୦୫:୦୫
  ଭିସ୍ତାରା ବୁକାରେଷ୍ଟ ନୂଆଦିଲ୍ଲୀ ୧୫:୪୫
  ଗୋଫାଷ୍ଟ ବୁଦାପେଷ୍ଟ ନୂଆଦିଲ୍ଲୀ ୦୪:୦୦
           

ମୋଟ୍‌ ବିମାନଗୁଡ଼ିକର ସଂଖ୍ୟା : ୧୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.