Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର ଗ୍ରାମପଞ୍ଚାୟତ ଦାବୀରେ ସାମ୍ବାଦିକ ସମ୍ମିଳନୀ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ପଞ୍ଚାୟତରାଜ ବିଭାଗର ବେଖାତିର, ସମୂହ...

ସ୍ୱତନ୍ତ୍ର ଗ୍ରାମପଞ୍ଚାୟତ ଦାବୀରେ ସାମ୍ବାଦିକ ସମ୍ମିଳନୀ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ପଞ୍ଚାୟତରାଜ ବିଭାଗର ବେଖାତିର, ସମୂହ ଭୋଟ ବର୍ଜନ ପାଇଁ ନିଷ୍ପତି

41

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅଧୀନସ୍ଥ ତଳାଙ୍ଗ ରାଜସ୍ୱ ଗ୍ରାମକୁ ସ୍ୱତନ୍ତ୍ର ଗ୍ରାମପଞ୍ଚାୟତର ମାନ୍ୟତା ଦିଆଯିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦୀର୍ଘଦିନ ହେବ ଦାବୀ ହୋଇଆସୁଥିଲା । ଏବଂ ଲୋକେ ଏ ବାବଦରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ ପଞ୍ଚାୟତିରାଜ ବିଭାଗ, ମୁଖ୍ୟ ନିର୍ବାଚନ କମିଶନର, ଜିଲ୍ଲାପାଳ ଭଦ୍ରକ, ଜିଲ୍ଲା ପଞ୍ଚାୟତ ଅଫିସର ଓ ବିଡିଓ ଭଦ୍ରକଙ୍କୁ ଲିଖିତ ଭାବରେ ଜଣାଇଥିଲେ । କୌଣସି ସୁଫଳ ନମିଳିବାରୁ ଲୋକେ ବାଧ୍ୟ ହୋଇ ଓଡ଼ିଶା ହାଇକୋର୍ଟରେ ଏକ ଡବ୍ଲ୍ୟୁୁ.ପି. (ସି) ନଂ ୭୭ ୩୫/୨୧ ରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଆଗତ କରିଥିଲେ । ମାତ୍ର ମାନ୍ୟବର ଅଦାଲତ ଗତ ତା ୨୭.୦୪. ୨୦୨୧ ରିଖରେ ଆସନ୍ତା ୩ ମାସ ମଧ୍ୟରେ ଆମ୍ବରୋଳୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ତଳାଙ୍ଗ ରାଜସ୍ୱ ଗ୍ରାମକୁ ଏକ ସ୍ୱତନ୍ତ୍ର ଗ୍ରାମ ପଞ୍ଚାୟତ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଆଜକୁ ୫ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟ ପଞ୍ଚାୟତରାଜ ବିଭାଗ ଓ ଜିଲ୍ଲା ପ୍ରଶାସନର ବେଖାତିର ଓ ବେପରୁଆ ମନୋଭାବ ଯାହା ବିଚାର ବିଭାଗ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଏଠାରେ ପ୍ରକାଶ ଥାଉକି ଏକ ଜନମଙ୍ଗଳକାରୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକମତକୁ ଓ ଦାବୀକୁ ସମ୍ମାନ ଦେବା ସରକାରଙ୍କର କାର୍ଯ୍ୟ । ମାତ୍ର ଯଦି ତାହା ସରକାର ପୂରଣ ନକରନ୍ତି, ଲୋକେ ବାଧ୍ୟହୋଇ ଆଇନର ଦ୍ୱାରସ୍ଥ ହୁଅନ୍ତି । ହେଲେ ଆମ ଶାସନ ବ୍ୟବସ୍ଥାରେ ବିଚାର ବିଭାଗ ସର୍ବୋଚ୍ଚ କ୍ଷମତାର ଅଧିକାରୀ । ଯଦି ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ସରକାର ତଥା ରାଜ୍ୟ ପଞ୍ଚ।।ୟତରାଜ ବିଭାଗ ବେଖାତିର କରେ, ତାହେଲେ ସେ ସରକାରକୁ କଣ କୁହାଯିବ ? ରାଜତନ୍ତ୍ର ନା ଏକଛତ୍ରବାଦ । ଏ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଏଣୁ ବର୍ତ୍ତମାନ ନିର୍ବାଚନକୁ ଆଖି ଆଗରେ ରଖି ଲୋକେ ସରକାରଙ୍କର ଏହି ବେପରୁଆ ମନୋଭାବ ବିରୁଦ୍ଧରେ ପୁନର୍ବାର ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଯାହାର କଣ୍ଟେଟ୍ କେଶ୍ ନଂ୫୯୮୬, ୨୦ ୨୧ ମାମଲା ଆଗତ କରିବା ସହ ଯଦି ସରକାର ପଞ୍ଚ।।ୟତ ନିର୍ବାଚନ ପୂର୍ବରୁ ତଳାଙ୍ଗ ରାଜସ୍ୱ ଗ୍ରାମକୁ ଗ୍ରାମ ପଞ୍ଚାୟତର ମାନ୍ୟତା ନଦିଅନ୍ତି, ତାହେଲେ ମାଟି ମା’ ପାଇଁ ଯାହା କିଛି କରିବାକୁ ପଡିବ, ସେଥିପାଇଁ ଗାଁ ଲୋକେ କରିବା ପାଇଁ ପ୍ରସ୍ତୁତ ବୋଲି କହିଥିଲେ । ଏବଂ ଆଗାମୀ ଗ୍ରାମ ପଞ୍ଚାୟତ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବା ସହ କୌଣସି ପରିସ୍ଥିତିରେ ଏଠାରେ ନିର୍ବାଚନ କରାଇଦିଆଯିବ ନାହିଁ ଓ ଯାହା କିଛି କ୍ଷତି ହେବ, ସେଥିପାଇଁ ସରକାର, ରାଜ୍ୟ ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ଏକ ପ୍ରେସ୍ ବିବୃତ୍ତିରେ ବରିଷ୍ଠ ବିଜେଡ଼ି ନେତା ଆଇନଜୀବୀ ଦେବେନ୍ଦ୍ର କୁମାର ପଣ୍ଡା, ଅନ୍ତର୍ଯ୍ୟାମୀ ଉାପାଧ୍ୟାୟ, ମାଧବାନନ୍ଦ ବେହେରା, ବିଶ୍ୱନାଥ ଉପାଧ୍ୟାୟ, କାଳିନ୍ଦୀ ଚରଣ ନାୟକ, ସୁଜିତ୍ କୁମାର ରାଉତ, ହୃଦାନନ୍ଦ ସୂତାର, ଜୟକୃଷ୍ଣ ରାଉତ, ଜଗନ୍ନାଥ ବାରିକ, ମହେଶ କୁମାର ମିଶ୍ର, ସୁଶାନ୍ତ କୁମାର ରାଉତ, ସଦାନନ୍ଦ ନାୟକ, ମନୋଜ କୁମାର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ସାମଲ, ଦୀନବନ୍ଧୁ ମହାଳିକ, ରଜତ କୁମାର ଦାସ, ରଂଗାଧର ମଲିକ, ମହେଶ୍ୱର ମହାପାତ୍ର ପ୍ରମୁଖ କହିଥିଲେ ।

ଉପରୋକ୍ତ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିବା ରାଜ୍ୟ ପଞ୍ଚ।।ୟତରାଜ ବିଭାଗ ତଥା ଓଡିଶା ସରକାରଙ୍କୁ ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମୀ ମହାପାତ୍ର,ନାୟକ, ଓକିଲ ସଂଘ ପୂର୍ବତନ ସଭାପତି ବିଷ୍ଣୁମୋହନ ମହାପାତ୍ର ପ୍ରମୁଖ ତୀବ୍ର ନିନ୍ଦା କରିବା ସହ ସରକାର ବାଧ୍ୟବାଧକତାରେ ଏଠାରେ ନିର୍ବାଚନ କଲେ ବହୁ ଧନଜୀବନ ନଷ୍ଟ ହେବାର ସମ୍ଭାବନା ଥିବା କାରଣ ଦୃଷ୍ଟିରୁ ଓ ଲୋକେ ଚାହୁଁନଥିବାରୁ ଆମ୍ବରୋଳି ଗ୍ରାମ ପଞ୍ଚାୟତ ନିର୍ବାଚନକୁ ମାନ୍ୟବର ହାଇକୋର୍ଟ ବର୍ତ୍ତମାନ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.