Home ଜିଲ୍ଲା ପରିକ୍ରମା ଖେଳପଡ଼ିଆକୁ ପାର୍କ ଜଙ୍ଗଲ ଜମିରେ ପାର୍କ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

ଖେଳପଡ଼ିଆକୁ ପାର୍କ ଜଙ୍ଗଲ ଜମିରେ ପାର୍କ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

34

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପଳିିକିରୀ ନୋଡ଼ାଲ ଉପ୍ରା ବିଦ୍ୟାଳୟର ଖେଳପଡ଼ିଆକୁ ସୌନ୍ଦର୍ଯ୍ୟ କରଣ ଆଳରେ ଗ୍ରାମ୍ୟ ପାର୍କ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଅଧିନସ୍ତ ପଳିକିରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉକ୍ତ ଖେଳପଡ଼ିଆକୁ ବ୍ୟବହାର କରୁଥିବାବେଳେ ସେଠାରେ ଏବେ ଏକ ପାର୍କ ନିର୍ମାଣ ହେଉଥିବାରୁ ସ୍ଥାନୀୟ ଅଂଚଳର ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଅବିଭାବକ ମନରେ ଘୋର ଅସନ୍ତୋଷ ଦେଖାଦେଇଛି । ଏକ ଗ୍ରାମୀଣ ପାର୍କ ପାଇଁ ନିର୍ମାଣ ପାଇଁ କୌଣସି ପଲ୍ଳୀସଭା, ଗ୍ରାମସଭାର ଅନୁମୋଦନ ନଥିବା ଓ ବାର୍ଷିକ ଯୋଜନାରେ ପଞ୍ଜିକରଣ ହୋଇନାହିଁ । ସେହିପରି ଉପରୋକ୍ତ ମୌଜା ଓ ଖାତାର ୪୨୨୫ ପ୍ଲଟ କିସମ ଗ୍ରାମ୍ୟ ଜଙ୍ଗଲ ସ୍ଥିତାବସ୍ଥା ଥିବା ଜାଗାରେ ଖେଳପଡ଼ିଆ ନିର୍ମାଣ କରାଯାଉଥିବାରୁ ଏହାକୁ ମଧ୍ୟ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଏକ ଅଭିଯୋଗ ପତ୍ରନେଇ ଗ୍ରାମବାସୀମାନେ ଭଦ୍ରକ ଜିଲ୍ଳାପାଳ ତ୍ରିଲୋଚନ ମାଝୀ ଓ ପିଡ଼ି ଇନ୍ଦ୍ରମଣୀ ନାୟକଙ୍କୁ ସାକ୍ଷାତ କରିବା ସହ ତୁରନ୍ତ କାର୍ଯ୍ୟ ବନ୍ଦକରିବା ପାଇଁ ଦାବି କରିଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ଧାମନଗର ତହସିଲଦାରଙ୍କ ଆଦେଶ କ୍ରମେ ରାଧାବଲ୍ଲଭପୁର ଆରଆଇ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ସହ ଆବେଦନକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.