Home ଜିଲ୍ଲା ପରିକ୍ରମା କିରୋସିନି ମାଲବାହି ଅଟୋ ରାସ୍ତାରେ ଜଳିଗଲା

କିରୋସିନି ମାଲବାହି ଅଟୋ ରାସ୍ତାରେ ଜଳିଗଲା

54

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର- ଚୁଡ଼ାକୁଟି ରାସ୍ତାର ପଣ୍ଡୁବଜାର ଛକନିକଟରେ ଆଜି ଅପରାହ୍ନରେ ଏକ ମାଲବାହି ଅଟୋ ଓଡ଼ି ୨୨ଡ଼ି ୮୯୩୫ ଜୟନଗର ସ୍ଥିତ କିରୋସିନି ଡ଼ିପୁରୁ ମହାଲକ୍ଷ୍ମୀ ଏସ୍‌ଏଚ୍‌ଜି ପିଡ଼ିଏସ୍ କିରୋସିିନି ଏକ ହଜାର ଲିଟର କିରୋସିନି ନେଇ କଲ୍ୟାଣୀନଗରୀ ଅଞ୍ଚଳକୁ ଯାଉଥିବାବେଳେ ହଠାତ୍ ପଣ୍ଡୁବଜାର ଛକରେ ଅଟୋଟି ଜଳିବାକୁ ଲାଗିଥିଲା ଏବଂ ଉକ୍ତ ଅଟୋରେ ଥିବା କିରୋସିନି ମଧ୍ୟ ଜଳିଯାଇଥିଲା । ଖବରପାଇ ଧାମନଗର ଦମକଳକେନ୍ଦ୍ରରୁ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚିଲାବେଳକୁ ଅଟୋ ଓ କିରୋସିନି ପୋଡ଼ିଯାଇଥିଲା । ତେବେ କେଉଁ କାରଣରୁ ଏହି ଅଟୋରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଏ ସମ୍ପର୍କରେ ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ କରାଯିବବୋଲି ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.