Home ଜିଲ୍ଲା ପରିକ୍ରମା ସ୍ୱଚ୍ଛ ସର୍ବେକ୍ଷଣ ସଚେତନତା ଶୋଭାଯାତ୍ରା

ସ୍ୱଚ୍ଛ ସର୍ବେକ୍ଷଣ ସଚେତନତା ଶୋଭାଯାତ୍ରା

20

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଅବସରରେ ଆଜି ଭଦ୍ରକ ପୌରପାଳିକାର ୧୧,୧୨,୧୩ ନଂ ୱାର୍ଡରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ପୌରପାଳିକାର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ସାନିଟାଇଜେନ ଏକ୍ସପାର୍ଟ ବିଷ୍ଣୁ ବେହେରା ଓ ପ୍ରିୟରଂଜନ ଜେନା, ୱାର୍ଡ ସୁପରଭାଇଜର ସ୍ୱାଗତିକା ପରିଡାଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସୁପରଭାଇଜର, ଜମାଦାର ଆଦି ୧୩ ନଂ ୱାର୍ଡ ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ନିକଟରୁ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରା ୧୨ ନଂ ୱାର୍ଡ ବଙ୍କସାହି, ଥାନା ଛକ ହୋଇ ୧୧ ନଂ ୱାର୍ଡ ନରିପୁର ଅସ୍ତଳ ହୋଇ ଟାଉନହଲ ପର୍ଯ୍ୟନ୍ତ ଯାଇଥିଲା । ଶୋଭାଯାତ୍ରାରେ ଜନସାଧାରଣଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତୀୟ ଉଭୟ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁକୁ ଏଣେତେଣେ ନ ଫିଙ୍ଗି ପୌରପାଳିକା ପକ୍ଷରୁ ନିଜ ନିଜ ୱାର୍ଡକୁ ଯାଉଥିବା ବର୍ଜ୍ୟବସ୍ତୁ ନେବା ଗାଡିରେ ପକାଇବାକୁ ଅନୁରୋଧ କରାଯାଇଥିଲା । ନିଜ ପାଖ ପରିବେଶକୁ ସ୍ୱଚ୍ଛ ରଖିବାକୁ ଅନୁରୋଧ କରାଯାଇଥିଲା । ୱାର୍ଡ ସୁପରଭାଇଜର, ସ୍ୱଚ୍ଛସାଥୀମାନେ ପ୍ଲାକାର୍ଡ ଧରି ବିଭିନ୍ନ ସଚେତନତାମୂଳକ ବାର୍ତ୍ତାର ପ୍ରଚାର କରିଥିଲେ । ଏ ନେଇ ପୌରପାଳିକା ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନାୟକ ଅଧ୍ୟକ୍ଷତା କରିବା ସହିତ ନିଜ ନିଜ ୱାର୍ଡକୁ ସ୍ୱଚ୍ଛ ତଥା ପରିସ୍କାର ରଖିବା କ୍ଷେତ୍ରରେ ସୁପରଭାଇଜର, ସ୍ୱଚ୍ଛସାଥୀ, ଜମାଦାରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଜନସାଧାରଣ ସ୍ୱଚ୍ଛତା ଆପ୍ ନିଜ ନିଜ ମୋବାଇଲରେ ଡାଉନଲୋଡ କରି ଏହାର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହାକୁ ୩ଟି ୱାର୍ଡର ଜମାଦାର ସେକ୍ ଉହାବୁଲ୍ଲା, ରବିନାରାୟଣ ବାରିକ୍‌, ଆଶିଷ ବାନାର୍ଜୀ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.