Home ଅପରାଧ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ନିରପେକ୍ଷ ଦାବି କଲା ବିଜେପି ଓ କଂଗ୍ରେସ

ସ୍ମିତାରାଣୀ ମୃତ୍ୟୁ ରହସ୍ୟର ନିରପେକ୍ଷ ଦାବି କଲା ବିଜେପି ଓ କଂଗ୍ରେସ

132

ଭୁବନେଶ୍ୱର/ଯାଜପୁର୧୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଧର୍ମଶାଳା ଥାନା ହରିଦାସପୁର ପଞ୍ଚାୟତର କାର୍ଯ୍ୟର୍ନିବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀଙ୍କ ରହସ୍ୟ ଜନକ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପି ଓ କଂଗ୍ରେସ । ଆଜି ପାଣିକୋଇଲିସ୍ଥିତ ଯାଜପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପି ଚରଣ ସିଂହମୀନାଙ୍କୁ ଉଭୟ ଦଳର ପ୍ରତିନିଧି ଭେଟି ଘଟଣାର ନିରପେକ୍ଷ ତଦନ୍ତ ସହ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ଦାବି କରାଯାଇଛି । ଏସପି ନିଜେ ଏହି ଘଟଣା ଉପରେ ପ୍ରତ୍ୟକ୍ଷଭାବେ ଦୃଷ୍ଟି ରଖିବା ସହ ଦୁଇଟି ଡାକ୍ତରୀ ଟିମ ଦ୍ୱାରା ଭିଡିଓଗ୍ରାଫି କରାଯାଇ ବେବଚ୍ଛ୍ୟେଦ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ମତ ରଖିଥିଲେ । ବିଜେପି ପକ୍ଷରୁ ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଗୌତମ ରାୟ, ଅମୀୟ ମଲ୍ଲିକ, ପ୍ରଭାତି ପରିଡା, ସୁରମା ପଢୀ, ଲେଖାଶ୍ରୀ ସାମନ୍ତସିଂହାର, ଅମର ନାୟକ, ବବିତା ମଲ୍ଲିକଙ୍କ ସହ ଅନ୍ୟ ନେତୃବୃନ୍ଦ ଏସପିଙ୍କୁ ଭେଟିଥିବା ବେଳେ କଂଗ୍ରେସ ପକ୍ଷରୁ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, ସତ୍ୟପ୍ରକାଶ ନାୟକ, ସୁଦର୍ଶଦ ଦାସ, ବଟକୃଷ୍ଣ ତ୍ରିପାଠୀ, ବନ୍ଦିତା ପରିଡା, ସ୍ମୃତିରେଖା ପହି, ମନୋଜ ରାଉତ, ଉମେଶ ଜେନା, ବଳଭଦ୍ର ଦାସ, ମଧୁସୂଦନ ସାହୁ, ଲତାଶ୍ରୀ ମହାନ୍ତି, ହରେକୃଷ୍ଣ ବାରିକ ପ୍ରମୁଖ ନିରପେକ୍ଷ ତଦନ୍ତ ଦାବି କରିଥିଲେ । ପ୍ରକାଶ ଥାଉକି ଧର୍ମଶାଳା ବ୍ଲକର ତଥା ହରଦାସପୁର ପଞ୍ଚାୟତର ପିଇଓ ସ୍ମିତାରଣୀ ବିଶ୍ୱାଳ ଗତ ୧୫ ଓ ୧୬ ତାରିଖ ଦୁଇଦିନ ଧରି ପଞ୍ଚାୟତରେ ଭତା ବାଣ୍ଟିଥିଲେ । ୧୬ ତାରିଖ ମଧ୍ୟାହ୍ନରେ ଭତା ବାଣ୍ଟିସାରି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଯାଇଥିଲେ । ରହସ୍ୟ ଜନକଭାବେ ଗେଷ୍ଟ ହାଉସର ୟୁନିରାଲ ମଧ୍ୟରୁ ଓଢଣୀରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ହେଲେ ତାଙ୍କ ମୃତ୍ୟୁ ରହସ୍ୟ ଏବେି ରହସ୍ୟ ହୋଇ ରହିଛି । ଭତାବାଣ୍ଟି ସାରି କିଭଳି ଓ କେଉଁ ପରିସ୍ଥିତିରେ ସ୍ମିତା ଘରୋଇ ଗୋଷ୍ଟ ହାଉସକୁ ଯାଇଥିଲେ । ଏନେଇ ରୂପେଶ ସ୍ମିତା ଫ୍ରେସ ହେବା ପାଇଁ ଉପରୁ ଯାଇ ବିଳମ୍ବ କରିବାରୁ ତାଙ୍କୁ ଡାକିବାକୁ ଉପରକୁ ଯାଇଥିଲେ । ସେ ନଶୁଣିବାରୁ କବାଟ ତାଡି ଦେଖିଲା ବେଳକୁ ସେ ଝୁଲୁଥିବା କହିଥିଲେ । ଅପରପକ୍ଷେ ତାଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବୋଲି ତାଙ୍କ ସ୍ୱାମୀ ଦାବି କରିଛନ୍ତି । ସ୍ମିତା କେବେ ଆତ୍ମହତ୍ୟା କରି ପାରେନା ବରଂ ତାକୁ ପୂର୍ବରୁ ମାନସିକ ଚାପ ଦିଆଯାଉଥିବାର ଅଭିଯୋଗ କରିଛନ୍ତି । ପୁଲିସ ସିସିଟିଭି ଫୁଟେଜ ସହ ମୋବାଇଲ ଜବତ କରିଛି । ଏନେଇ ରୂପେଶଙ୍କ ସମେତ ୫ ଜଣଙ୍କୁ ଥାନାକୁ ଡାକି ତଦନ୍ତ ଜାରି ରଖିଛି । ଖୁବ ଶିଘ୍ର ଏହି ମୃତ୍ୟୁ ରହସ୍ୟର ପର୍ଦଫାସ ହୋଇପାରିବ ବୋଲି ଏସପି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.