Home ଓଡ଼ିଶା ରାଜ୍ୟରେ ଅଧିକାଂଶ କୋର୍ଟରେ ବିଚାରପତି ପଦ ପୁରଣ ଦାବିକୁ ନେଇ ଆଇନଜୀବୀ  ମାନେ ଆଜିଠାରୁ କଲେ...

ରାଜ୍ୟରେ ଅଧିକାଂଶ କୋର୍ଟରେ ବିଚାରପତି ପଦ ପୁରଣ ଦାବିକୁ ନେଇ ଆଇନଜୀବୀ  ମାନେ ଆଜିଠାରୁ କଲେ ସମସ୍ତ କୋର୍ଟ ବର୍ଜନ

105

ଭୁୁବନେଶ୍ୱର/କଟକ୧୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ରାଜ୍ୟରେ ଅଧିକାଂଶ କୋର୍ଟରେ ବିଚାରପତି ପଦ ପୁରଣ ନହେବା ଓ କେତେକ ଜିଲ୍ଲାରେ କାମଚଳା ବିଚାର ପତି ରହିବା ଦ୍ୱାରା ସାଧାରଣ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତକୁ ନେଇ ଆଜି ଠାରୁ ୧୮ ଅକ୍ଟୋବରରୁ ୨୧ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ସମସ୍ତ ଆଇନଜୀବୀମାନେ ସମସ୍ତ କୋର୍ଟ ବର୍ଜନ କରିଥିବା ଆଜି ହାଇକୋର୍ଟ ବାର୍ ଆସୋସିଏସନରେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ ପ୍ରତିନିଧିଙ୍କୁ ନେଇ ଏକ ମିଳିତ ବୈଠକରେ ନିଷ୍ପର୍ତ୍ତି ହୋଇଥିବା  ସୂଚନା ମିଳିଛି। ଏଥିରେ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ, ହାଇକୋର୍ଟଙ୍କ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେଉଥିବା ଜଣାଯାଇଛି। ଅକ୍ଟୋବର ୨୧ ଦିନ ୧ଟା ୧୫ରେ ଦିନ ବସିବାକୁ ଥିବା ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର‌୍ୟ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.