Home ଓଡ଼ିଶା କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

505

ନୂଆଦିଲ୍ଲୀ,୧୮/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି କେନ୍ଦ୍ର ସରକାର  ଏକ ବଡ଼ ଘୋଷଣା କରିଛନ୍ତି । ତେବେ ଘୋଷଣାଟି ହେଲା ଏବେ ବାଳିକାମାନେ ସୈନିକ ସ୍କୁଲ ପାଠ ପଢିପାରିବେ । ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସାରା ଦେଶରେ ମୋଟ ୨୬ଟି ସୈନିକ ସ୍କୁଲ ଥିବା ବେଳେ ଆସନ୍ତା ୨୦୨୧-୨୨ ଶିକ୍ଷା ବର୍ଷରୁ ଦେଶର ବିଭିନ ସ୍ଥାନରେ ଥିବା ସୈନିକ ସ୍କୁଲରେ ବାଳିକାମାନଙ୍କୁ ଗ୍ରହଣ କରାଯିବ । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେଉଥିବାରୁ ସୈନିକ ସ୍କୁଲଗୁଡ଼ିକରେ ବାଳିକାମାନଙ୍କୁ ଅନୁମତି ଦେବାକୁ କେନ୍ଦ୍ର ସରକାର କିଛି ବର୍ଷ ତଳେ ନୀତିଗତ ନିଷ୍ପତ୍ତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.