Home ଜିଲ୍ଲା ପରିକ୍ରମା ସ୍ବର୍ଗତ ବୈଷ୍ଣବ ଚରଣ ଜେନାଙ୍କ ବିୟୋଗରେ ଶୋକସଭା

ସ୍ବର୍ଗତ ବୈଷ୍ଣବ ଚରଣ ଜେନାଙ୍କ ବିୟୋଗରେ ଶୋକସଭା

53

ପୁରୀ ୪-୧୨ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ପତ୍ରକାର ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ବୈଷ୍ଣବ ଚରଣ ଜେନାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସଂଘର ସଭାପତି ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅଚିନ୍ତା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ସଂଘର ସଂପାଦକ ଶଙ୍କର ବେହେରା, ଉପଦେଷ୍ଟା ନୃସିଂହ ଚରଣ ମହାନ୍ତି, ଜୟଦେବ ପାତ୍ର, ଜୟକୃଷ୍ଣ ଦାସ, ମହେନ୍ଦ୍ର ସାହୁ, ପଦ୍ମଲାଭ ତ୍ରିପାଠୀ ପ୍ରମୁଖ ସ୍ବର୍ଗତ ଜେନାଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଜଗନ୍ନାଥଙ୍କ ନିକଟରେ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ସ୍ବର୍ଗତ ଜେନା ଜଣେ ନିର୍ଭୀକ ସାମ୍ବାଦିକ ଭାବେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ। ତାଙ୍କର ମୃତ୍ୟୁ ସାମ୍ବାଦିକ ମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଲା। ପ୍ରଭୁ ଜଗନ୍ନାଥ ତାଙ୍କର ପରିବାରକୁ ସହାୟ ହୁଅନ୍ତୁ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.