Home କେନ୍ଦୁଝର ମିଥ୍ୟା ସ୍ଥାନ ସଂରକ୍ଷଣ ତାଲିକାକୁ ନେଇ ଚର୍ଚ୍ଚା

ମିଥ୍ୟା ସ୍ଥାନ ସଂରକ୍ଷଣ ତାଲିକାକୁ ନେଇ ଚର୍ଚ୍ଚା

97

ହାଟଡିହି, ୨ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଗାମି ପଞ୍ଚାୟତ ନିର୍ବାଚନ ପାଇଁ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ସ୍ଥାନ ସଂରକ୍ଷଣ ତାଲିକାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ସେପରି କିଛି ତାଲିକା ପ୍ରକାଶ ହୋଇନାହିଁ ବୋଲି ବ୍ଲକ ପକ୍ଷରୁ କୁହାଯାଇଛି । ହାଟଡିହି ବ୍ଲକରେ ୩୧ଟି ପଞ୍ଚାୟତ ଥିବାବେଳେ ଏହି ତାଲିକାରେ ୮ଟି ସିଟ୍ ଓବିସିଙ୍କ ପାଇଁ ସଂରକ୍ଷିତ ଥିବା ଲେଖାଯାଇଥିବାବେଳେ ୮ଟି ସିଟ ହରିଜନ ଓ ୬ଟି ସିଟ ଆଦିବାସୀଙ୍କ ପାଇଁ ସଂରକ୍ଷିତ ବୋଲି ଉଲେଖ ହୋଇଛି । ଯାହାକୁନେଇ ଛକ ବଜାର ମାନଙ୍କରେ ଯୋରଦାର ଆଲୋଚନା ହେଉଛି । କିନ୍ତୁ ଏ ସମ୍ପର୍କରେ ବ୍ଲକର ଜିପିଓ ନବୀନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମ ପାଖକୁ ସେନେଇ କିଛି ସୁଚନା ମିଳିନି ଏହା ଏକ ମିଥ୍ୟା ଗୁଜବ ବୋଲି ସେ ଷ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.