Home କୋରାପୁଟ ନନ୍ଦପୁରରେ ଜାତୀୟ ପୋଷଣ ସପ୍ତାହ ପାଳିତ

ନନ୍ଦପୁରରେ ଜାତୀୟ ପୋଷଣ ସପ୍ତାହ ପାଳିତ

74

କୋରାପୁଟ  ୦୨-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଆନୁକୁଲ୍ୟରେ ଏବଂ ଓଡିଶା ମିଲେଟ ମିଶନ ଓ ସମନ୍ନିତ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ନନ୍ଦପୁରରେ ଜାତୀୟ ପୋଷଣ ସପ୍ତାହ ପାଳିତ ହୋଇଯାଇଛି । ନନ୍ଦପୁର ବିଡିଓ ରଜନୀକାନ୍ତ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହ ଗ୍ରାମସ୍ତରରେ ବିଶେଷଭାବେ ଗ୍ରାମାଂଚଳର ମହିଳାମାନଙ୍କୁ ସଚେତନ କରାଇବା ନିମନ୍ତେ ଉପସ୍ଥିତ ଅଙ୍ଗନବାଡି କର୍ମି ଓ ସରକାରୀ କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।ଆଗାମୀଦିନରେ କିପରି ସମନ୍ନିତ ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ କ୍ଷୁଦ୍ର ଶସ୍ୟ ଜାତୀୟ ଖାଦ୍ୟର ପ୍ରକ୍ରୀୟାକରଣ ଓ ବିକ୍ରୀବଟା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ତାଲିମ ଓ ସହାୟତା ପ୍ରଦାନ  ନିମନ୍ତେ ପ୍ରଗତିର ସଂପାଦକ ପ୍ରଭାକର ଅଧିକାରୀ ଯୋଗଦେଇ ପ୍ରତିଶୃତି ଦେଇଥିଲେ ।ପ୍ରାରମ୍ଭରେ ପ୍ରଗତିର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଲୁନା ପଣ୍ଡା ଯୋଗଦେଇ ଜାତୀୟ ପୋଷଣ ସପ୍ତାହର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।ନନ୍ଦପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁପ୍ରିତି ପାଣିଗ୍ରାହୀ,ବ୍ଲକ କୃଷି ଅଧିକାରୀ ପୁର୍ଣ୍ଣେନ୍ଦୁ ଶେଖର ଆଚାର୍ଯ୍ୟ ,ବ୍ଲକ ମିଶନ ଶକ୍ତି ସଂଯୋଜକ ସୁଧିର କୁମାର ଜାନି ଓ କାର୍ଯ୍ୟକ୍ରମ ସହକାରୀ ପଦ୍ମିନୀ କହଁର ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ଜୈବିକ ଶ୍ରୀ କୃଷକ ଉତ୍ପାଦକ କଂପାନୀ ଦ୍ୱାରା ପୈାଷ୍ଟିକ ଖାଦ୍ୟ ସମ୍ବନ୍ଧୀୟ ଏକ ସଚେତନତା ରଥ  ଅତିଥିମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା ।ଏହି ରଥ ନନ୍ଦପୁର ବ୍ଲକର ବିଭିନ୍ନ ପଂଚାୟତ ଓ ଗ୍ରାମଗୁଡିକରେ ପୋଷଣ ଓ ପୈାଷ୍ଟିକ ଖାଦ୍ୟ ସମ୍ବନ୍ଧୀୟ ସଚେତନତା ବାର୍ତା ପ୍ରଚାର କରିବ ବୋଲି ଜଣାପଡିଛି । ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ପୈାଷ୍ଟିକ ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.