Home କେନ୍ଦୁଝର ହାଟଡିହି ଅଞ୍ଚଳରେ ସାରର ଘୋର ଅଭାବ, ଦୁଇଗୁଣା ଦରରେ ବିକ୍ରୀ ହେଉଛି ୟୁରିଆ

ହାଟଡିହି ଅଞ୍ଚଳରେ ସାରର ଘୋର ଅଭାବ, ଦୁଇଗୁଣା ଦରରେ ବିକ୍ରୀ ହେଉଛି ୟୁରିଆ

42

ହାଟଡିହି, ୨ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖା ଦେଇଛି । ବହୁ ବିଳମ୍ବରେ ଚାଷ କାମ ଆରମ୍ଭ ହୋଇଥିବାବେଳେ ଚାଷୀମାନେ ଖୁସି ମନରେ ଚାଷକାମକୁ ଆଗେଇନେବା ପାଇଁ ଅପେକ୍ଷା କରିଥିବାବେଳେ ଏବେ ସାରର ଘୋର ଅଭାବକୁନେଇ ଚାଷୀମାନେ ଚିନ୍ତାରେ ପଡିଲେଣି । କେଉଁଠି ଆଦୌ ୟୁରିଆ ସାର ମିଳୁ ନଥିବାବେଳେ ଅନ୍ୟ କେଉଁଠି ଦୁଇଗୁଣା ଚଢ଼ାଦରରେ ବିକ୍ରୀ ହେଉଛି । ଫଳରେ ଚାଷୀମାନଙ୍କ ଉପରେ ଏବେ ବେଡି ଉପରେ କୋରଡାମାଡ ସଦୃଷ ହୋଇଛି । ହାଟଡିହି ଅଞ୍ଚଳର ଚାଷୀ ମାନଙ୍କ ପାଇଁ ଶାଳଣିଆଁ, ମରୈଗାଁ, ଛେନାପଦି ଓ ବଡରମ୍ପାସରେ ୪ଜଣ ଡିଲର ଓ ୩୦ରୁ ଉର୍ଦ୍ଧ ରିଟେଲର ନିଯୁକ୍ତି ହୋଇଛନ୍ତି । କିନ୍ତୁ ଏବେ ଚାଷୀମାନେ ସାରପାଇଁ ଡିଲର ଓ ରିଟେଲର ମାନଙ୍କ ପାଖକୁ ଗଲାବେଳକୁ ସାର ନଥିବାର ନାସ୍ତିକ ବାଣି ଶୁଣି ନିରାଶରେ ଫେରୁଛନ୍ତି । ଆଉ କିଛି ରିଟେଲର ଏବେ ଲୁଚାଛପାରେ ଦୁଇଗୁଣ ଦରରେ ସାର ବିକ୍ରୀ କରୁଛନ୍ତି । ୟୁରିଆ ସାରର ସରକାରୀ ଦର ବସ୍ତାପ୍ରତି ୨୬୬ଟଙ୍କା ୫୦ପଇସା ଥିବାବେଳେ ପରିବହନ ଖର୍ଚ୍ଚ ଲଗାଇ ୨୮୦ଟଙ୍କାରେ ବିକ୍ରୀ କରୁôତଲେ । କିନ୍ତୁ ଏହି ରିଟେଲର ମାନେ ଏବେ ବସ୍ତାପିଛା ୭୫୦ଟଙ୍କା ଦରରେ ବିକ୍ରୀ କରୁଛନ୍ତି । ଏବେ ସାରର ନିତ୍ୟାନ୍ତ ଜରୁରୀ ଥିବାବେଳେ କିଛି ଲୋକ ବାଧ୍ୟହୋଇ ଉଚ୍ଚା ଦରରେ ସାର କିଣୁଥିବା କହିଛନ୍ତି । ଗତ ଜୁନ ଓ ଅଗଷ୍ଟ ମାସରେ ହାଟଡିହି ଅଞ୍ଚଳକୁ ପ୍ରଚୁର ପରିମାଣର ସାର ଆସିଥିଲେବି ଚାଷୀମାନେ ବିଶେଷ ସାର କିଣି ନଥିଲେ । ଯେହେତୁ ହାଟଡିହି ବ୍ଲକ ଅଞ୍ଚଳରେ ବର୍ଷା ଅଭାବରୁ ଚାଷକାମ ହୋଇ ନଥିଲା । ତେଣୁ ସେହିସବୁ ସାର ଗଲା କୁଆଡେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ଚାଷୀମାନେ ସାରପାଇଁ ଚିନ୍ତାରେ ଥିବାରୁ କୃଷିବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଟଡିହି ଅଞ୍ଚଳକୁ ତୁରନ୍ତ ପର‌୍ୟ୍ୟାପ୍ତ ସାର ଯୋଗାଇ ଦେବାକୁ ଚାଷୀ ଅରୁଣ କୁମାର ପ୍ରଧାନ, ରମେଶ ନାୟକ, ସୁଧାଶୁଂ ଦକ୍ଷିଣରାୟ, ବୁଲୁ ବେହେରା, ସୁପ୍ରଭାତ ପଟ୍ଟନାୟକ, ଆନନ୍ଦ ନାୟକ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.