Home ଜିଲ୍ଲା ପରିକ୍ରମା ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ପାଣ୍ଠିର ଦୁରୂପଯୋଗ, ଏବେ ନିର୍ମାଣ ହୋଇଥିବା ପାଚେରୀ, ରାସ୍ତା ଓ...

ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ପାଣ୍ଠିର ଦୁରୂପଯୋଗ, ଏବେ ନିର୍ମାଣ ହୋଇଥିବା ପାଚେରୀ, ରାସ୍ତା ଓ ପୋଲ ଭାଙ୍ଗି ଦୁଇଫାଳ

43

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ଅଧୀନସ୍ଥ ୧୯ ନଂ ୱାର୍ଡରେ କାଶିମ ମାସୁମ ବାବାଙ୍କ ମଜାରର ଉନ୍ନତିକରଣ ପାଇଁ ବିଧାୟକ ପାଣ୍ଠି ଓ ଅନ୍ୟ କେତେକ ଅନୁଦାନରୁ ଯେଉଁ ପାଚେରୀ ନିର୍ମାଣ ହୋଇଛି, ତାହା ଏଭଳି ନିମ୍ନମାନର ଯେ ମାତ୍ର ୨-୩ ମାସରେ ସଂପୂର୍ଣ୍ଣ ଭୁଷୁଡି ପଡିଛି । ଏହାକୁ ନିର୍ମାଣ କରିଥିବା ଠିକାଦାର ମିର୍ଜାପୁର ସ୍ଥିତ ନଜାର ନଳା ଉପରେ ଏମିତି ଏକ ପୋଲ ନିର୍ମାଣ କରିଥିଲେ, ଯାହା ଏଭଳି ନିମ୍ନମାନର ଥିଲା ଯେ ତାହା ଭଙ୍ଗାଯାଇ ପୁଣିଥରେ କାର୍ଯ୍ୟ ହେଲା । ଅନୁରୂପ ବୁଧୁବାର ହାଟର ରାସ୍ତା କାର୍ଯ୍ୟକୁ ସଂପୃକ୍ତ ଯନ୍ତ୍ରୀ ନିଜେ ଛିଡା ହୋଇ ତଦାରଖ କରିଥିଲେ ବି ମାତ୍ର କେଇମାସର ରାସ୍ତା ଏବେ ଫାଟି ଆଁ କରିଛି । ବୁଧୁବାର ହାଟ ଠାରୁ ଆରଏମ୍‌ସି ମାର୍କେଟ୍ ପର୍ଯ୍ୟନ୍ତ ଏହି ରାସ୍ତାଟି ନିକଟରେ ସାଂସଦ ମଂଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏଣୁ ବିଧାୟକ, ଜିଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଏଭଳି ମୁନାଫାଖୋର ଠିକାଦାର ଓ ସେମାନଙ୍କ ଠାରୁ ପିସି ନେଇ ଉକ୍ତ କାର୍ଯ୍ୟରେ ମୋହର ମାରୁଥିବା ବିଭାଗୀୟ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.