Home ଜିଲ୍ଲା ପରିକ୍ରମା ଧାମରାରୁ ଧୁଷୁରୀକୁ ଲମ୍ବିଛି କଳାହୀରାର ଚେର, କଳା ହୀରା ଓ ୨ଗାଡ଼ି ଜବତ ଓ ଜଣେ...

ଧାମରାରୁ ଧୁଷୁରୀକୁ ଲମ୍ବିଛି କଳାହୀରାର ଚେର, କଳା ହୀରା ଓ ୨ଗାଡ଼ି ଜବତ ଓ ଜଣେ ଗିରଫ

46

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରେ ଧଳାଜହର ଓ ଚୋରା ମଦ ବେପାର ହୁ ହୁ ହୋଇ ବଢି ଚାଲିଥିବାବେଳେ ଏବେ କଳା ହୀରା ଅର୍ଥାତ ଚୋରା କୋଇଲା ବେପାର ମଧ୍ୟ ବଢି ଚାଲିଛି । ଏନେଇ ଏକ ରାକେଟ ଧାମରା ଭାୟା ଭଦ୍ରକରୁ ଧୂଷୁରୀ ପର୍ଯ୍ୟନ୍ତ ଚେର ଲମ୍ବିଛି । ଗତ କିଛିଦିନ ପୂର୍ବରୁ ଏହି ଚୋରା କୋଇଲା ଜିଲ୍ଲା ତମାମ ହଇଚଇ ସୃଷ୍ଟି କରିଥିଲା । ଏଥିରେ ମଧ୍ୟ କେତେକଙ୍କୁ ଗିରଫ କରାଯାଇଥିଲା । ପ୍ରକାଶ ଥାଉକି ଏସିଆ ତଥା ବାହାର ଦେଶରୁ ରେଳ ମାଧ୍ୟମରେ ଧାମରା ବନ୍ଦରକୁ ଏହି କୋଇଲା ଆସୁଥିବାବେଳେ ବାଟରେ କୋଇଲା କଳା ବେପାରି ମାନେ ରେଳରୁ କୋଇଲା କାଡ଼ି ତାକୁ ଚୋରାରେ ବିକ୍ରି କରନ୍ତି ଏଥିରେ କୋଟି କୋଟି ଟଙ୍କା ମଧ୍ୟ କଳା ବେପାର ହୁଏ । ଭଦ୍ରକ ସମେତ ତିହିଡ଼ି ଅଞ୍ଚଳର କେତେକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି । ସେମାନେ ଏହି କୋଇଲାକୁ ଧୂଷୁରୀ ଅଞ୍ଚଳକୁ ଚୋରାରେ ପଠାଇ ଥାନ୍ତି । କିଛିଦିନ ଧରି ଧୂଷୁରୀ ଅଂଚଳରେ ଏହି କୋଇଲା ଚୋରା ଚାଲାଣ ହେଉଥିବାବେଳେ ଜିଲ୍ଳା ପୋଲିସ ଓ ଆରପିଏପ୍ ମିଳିତ ଚଢାଉରେ ଅର୍ଜ୍ଜୁନପୁର ଓ ଭଟସାହି ଅଞ୍ଚଳର ଦୁଇଜଣ ଏହି କୋଇଲା ବେପାରିଙ୍କୁ ଗିରଫ କରିଥିଲା । ଗତକାଲି ରାତିରେ ଜେଏଚ୍‌-୦୯ପି ୨୫୨୨ ଏକ ୧୦ଚକିଆ ଟ୍ରକ ଓ ଓଡ଼ି-୨୨ଏଚ୍ ୬୮୫୦ ଏକ ପିକଅପ୍ ଭ୍ୟାନ୍‌ରେ ପ୍ରାୟ ୫୦ଟନ୍‌ରୁ ଉର୍ଦ୍ଧ୍ୱ କୋଇଲା ବୋଝେଇ ବସ୍ତା ଓ ଗୁଣ୍ଡ କୋଇଲା ନେଇ ଧୂଷୁରୀ ଥାନାର ବୟାଂଡ଼ିହ ପଂଚାୟତର ଆମ୍ବିଳିଗାଁ ଗ୍ରାମକୁ ଆଣୁଥିବାବେଳେ ଗତକାଲି ରାତିରେ ପ୍ରବଳ ବର୍ଷାରେ ଆମ୍ବିଗାଁ ଠାକୁରାଣୀ ଛକରେ ଏହି ଟ୍ରକ୍‌ଟି ଦବିଯାଇଥିଲା ।

ବହୁ ଚେଷ୍ଟା କରିମଧ୍ୟ କୋଇଲା ବେପାରି ଉକ୍ତ ଟ୍ରକଟିକୁ ଉଠାଇ ପାରିନଥିଲେ । ସେଥିରୁ ମଧ୍ୟ ପ୍ରାୟ ୧୦୦ବସ୍ତା ଗୁଣ୍ଡ କୋଇଲାକୁ ଏହି ଚୋରା ବେପାରିମାନେ ପ୍ରମାଣ ନଷ୍ଟ କରିବା ତଥା ପୋଲିସ ଭୟରେ ସେଠାରେ ପୋଡ଼ି ଦେଇଥିଲେ । ସ୍ଥାନୀୟ ଲୋକମାନେ ଆଜି ସକାଳୁ ଧୂଷୁରୀ ପୋଲିସକୁ ଖବରଦେବାପରେ ଥାନା ଅଧିକାରୀ ପ୍ରଫୁଲ୍ଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ମହାପ୍ରସାଦ ନାୟକ ଓ ଥାନା କର୍ମଚାରୀ ଏବଂ ଭଦ୍ରକ ଆରପିଏଫ ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ କୋଇଲା ବୋଝେଇ ଟ୍ରକକୁ ଜବତ କରିଥିଲେ ଏବଂ ଘଟଣା ସ୍ଥଳରୁ କିଛି ଦୂରରେ ପିକଅପ୍ ବୋଝେଇ କୋଇଲାକୁ ମଧ୍ୟ ଜବତ କରିଥିଲେ ଏବଂ ଆଉଗୋଟିଏ କୋଇଲା ବୋଝେଇ ପିକଅପ୍ ଗାଡ଼ି ଭଟସାହି ଅଂଚଳରେ ଲୁଚାଇ ରଖିଥିବାବେଳେ ପୋଲିସ ଆସିବାର ଖବରପାଇ ଘଟଣା ସ୍ଥଳରୁ ଉକ୍ତ ପିକଅପ୍ ଗାଡ଼ିଟିକୁ ଫେରାର କରିଦେଇଥିଲେ । ତେବେ ଜବତ ହୋଇଥିବା ଟ୍ରକର ଡ଼୍ରାଇଭର ଓ ହେଲପର ଫେରାର ହୋଇଯାଇଥିବାବେଳେ ପିକ୍‌ଅପ୍ ଗାଡ଼ିର ଡ଼୍ରାଇଭର ଫେରା ହୋଇଯାଇଥିଲେ । କିନ୍ତୁ ହେଲପରକୁ ଗିରଫ କରିଥିଲେ । ତେବେ ଘଟଣାର ଅଧିକ ତଦନ୍ତ ଚାଲିଥିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ କେସ୍ ରୁଜୁ ହୋଇନଥିବା ତଦନ୍ତକାରୀ ଅଧିକାରୀ ମହାପ୍ରସାଦ ନାୟକ ଆମପ୍ରତିନିଧିଙ୍କୁ ଜଣାଇଥିଲେ ।

ସୂଚନା ଥାଉକି ଧୂଷୁରୀ ଅଂଚଳର ଭଟସାହି, ଆମ୍ବିଳିଗାଁ, ନଦୀଗାଁ, ଅର୍ଜ୍ଜୁନପୁର, ବାଲିପାଟଣା, ହସନାବାଦ, ବୟାଂଡ଼ିହ, ଅସୁରାଳି, କୋଠାର, ବେତାଳିଗାଁ ଆଦି ଅଂଚଳକୁ ରିତିମତ ଭାବେ ଧାମରାରୁ ତିହିଡି ବାଟଦେଇ ଏହି ଅଂଚଳକୁ କଳା ହୀରା ବା କୋଇଲା ଚୋରା ଚାଲାଣ ହୋଇଥାଏ । ଏଥିରେ ପ୍ରାୟ ବେପାରି ଲକ୍ଷ ଲକ୍ଷ ଟଙ୍କାର ବେପାର କରିଥାନ୍ତି । ଏଥିରେ କେତେକ ବ୍ୟକ୍ତି ସମ୍ପୃକ୍ତ ଥାଇ ଏହି ଚୋରା ବେପାରକୁ ସହଯୋଗ କରି ସେମାନେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଲାଭବାନ ହେଉଛନ୍ତି । ଏଦୀଗରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ କଲେ ଚୋରା ବେପାରିଙ୍କ ମୁଖା ଖୋଲିଯିବ ବୋଲି ଆଲୋଚନା ହେଉଛି । ଖୁବ୍ ଶୀଘ୍ର ଏହି ଚୋରା ବେପାରି ମାନଙ୍କୁ ସନ୍ଧାନ ନେଇ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ଥାନା ଅଧିକାରୀ ପ୍ରଫୁଲ୍ଲ ସିଂ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.