Home ଜିଲ୍ଲା ପରିକ୍ରମା ପାଇଖାନା ନିର୍ମାଣକୁ ନେଇ ବିବାଦ, ଗୁରୁତର ପତି-ପତ୍ନୀ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର

ପାଇଖାନା ନିର୍ମାଣକୁ ନେଇ ବିବାଦ, ଗୁରୁତର ପତି-ପତ୍ନୀ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର

77

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ପାଇଖାନା ନିର୍ମାଣକୁ ନେଇ ଗୋଟିଏ ପକ୍ଷଙ୍କ ଆକ୍ରମଣରେ ଅପରପକ୍ଷର ପତି-ପତ୍ନୀ ଗୁରୁତର ଆହତ ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ବିଷ୍ଣୁପୁର ପଂଚାୟର ବିରିବିନ୍ଧା ଶାସନ ନିବାସୀ ପ୍ରଦୀପ ମିଶ୍ରଙ୍କ ବାଡିରେ ଅପରପକ୍ଷ ପାଇଖାନା ନିର୍ମାଣ ଆରମ୍ଭ କରିଥିଲେ । ପ୍ରଦୀପ ଏହାକୁ ବିରୋଧ କରିବାରୁ ଅପରପକ୍ଷର ଲୋକମାନେ ସଂଘବଦ୍ଧ ଭାବେ ତାଙ୍କୁ ଓ ତାଙ୍କର ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରି ଘରେ ଚାବି ପକାଇ ମୋଟର ସାଇକେଲ୍ ଓ ଘରର କିଛି ଅଂଶ ଭାଙ୍ଗିଦେଇଥିଲେ । ଖବର ପାଇ ଧାମନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ କବାଟ ଭାଙ୍ଗି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ଏବଂ ଅପରପକ୍ଷ ଲୋକମାନେ ନିର୍ମାଣ କରୁଥିବା କାର୍ଯ୍ୟକୁ ବନ୍ଦ ରଖି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.