Home ଅପରାଧ ସ୍ତ୍ରୀ ହତ୍ୟାକରୀକୁ ୧୦ ବର୍ଷ କାରଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଦୌରାଜଜ୍‌

ସ୍ତ୍ରୀ ହତ୍ୟାକରୀକୁ ୧୦ ବର୍ଷ କାରଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଦୌରାଜଜ୍‌

138

ବାଲେଶ୍ୱର୩୦ା୧୦(ଓଡିଆ ପୁଅ/ବି.ଏନ.ପତ୍ରୀ) ନିଶାସକ୍ତ ଅବସ୍ଥାରେ ନିଜର ପତ୍ନୀକୁ ମାରଣାସ୍ତ୍ରରେ ହଥ୍ୟା କରିବା ଅପରାଧରେ ବାଲେଶ୍ୱର ଜିଲ୍ଲା ଦୈାରାଜଜ୍ ହତ୍ୟାକାରୀ ସୁଧୀର ଦେହୁରୀକୁ ୧୦ବର୍ଷ ଜେଲ୍‌ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା କରିବାସହ ଏହା ଅନାଦେୟ ହେଲେ ଆସାମୀ ଅଧିକ ୬ ମାସ ଜେଲ୍ ଦଣ୍ଡ ପାଇବ ବୋଲି ଆଦେଶ ନାମାରେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ- ୨୦୧୫ ମସିହା ଅକ୍ଟୋବର ୭ ତାରିଖ ସଂଧ୍ୟା ସମୟର ଘଟଣା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ସୁଗୋ ଗାଁର କମାଣପଦା ସାହିର ବାପି ଓରଫ୍ ସୁଧୀର ଦେହୁରୀ(୩୦)। ହାଟକୁ ଯାଇ ନିଶାସକ୍ତ ଅବସ୍ଥାରେ ମାଂସ ଧରି ଘରକୁଆସିଥିଲା। ଘରେ ପହଞ୍ଚି ପତ୍ନୀ ବୁଇ ଓରଫ୍ ମୀନା ଦେହୁରୀଙ୍କୁ ରାନ୍ଧିବାକୁ କହିଥିଲା। ମାତ୍ର ବୁଇ କାମ କରି ଥକି ଯାଇଥିବାରୁ ରୋଷେଇ କରିବାକୁ ଅରାଜି ହୋଇଥିଲା। ଏହାକୁ କେନ୍ଦ୍ରକରି ସୁଧୀର ଓ ବୁଇ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଶେଷରେ ନିଜକୁ ନିୟନ୍ତ୍ରଣ କରିନପାରି ନିଶାସକ୍ତ ସୁଧୀର ଏକ ଧାରୁଆ ଛୁରିରେ ପିଠିପଟ ବାହୁତଳକୁ ଓ ପେଟକୁ ବାରମ୍ବାର ଭୁସି ହତ୍ୟା କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.