Home ଓଡ଼ିଶା ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗୀତାରେ ୫ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ କେନ୍ଦୁଝରରୁ ୪ଜଣ କୃତିତ୍ୱ ହାସଲ

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗୀତାରେ ୫ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ କେନ୍ଦୁଝରରୁ ୪ଜଣ କୃତିତ୍ୱ ହାସଲ

193

ବଡ଼ବିଲ, ତା ୨୮ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ରାଜ୍ୟସ୍ତରୀୟ ପ୍ରତୀଭା ଅନ୍ଵେଷଣ ପ୍ରତିଯୋଗିତାରେ ଭାଗ ନେଲେ ୫୦୦୦ ହଜାର ପ୍ରତିଯୋଗୀ। ସେଥି ମଧ୍ୟରୁ କେନ୍ଦୁଝର ଜିଲ୍ଲାର ୪ ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ବଡ଼ବିଲର ଦୁଇଜଣ, ସଂଗୀତରେ ଅଭିଲିପସା ପଣ୍ଡା ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଅନିମେଶ ଦାଶ ଦ୍ବିତୀୟସ୍ଥାନ ଓ ପଦ୍ମାମାବତୀ ମହାନ୍ତ ଓ ଗଙ୍ଗୋତ୍ରୀ ଦାସ ତୃତୀୟସ୍ଥାନ ଅଧିକାର କରିଛନ୍ତି। ଏହି ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ରାଜ୍ୟପାଳ ଟ୍ରଫି ପ୍ରତିଯୋଗୀତା କଟକ ରୋଡସ୍ଥିତ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡୋମୀ ଅନୁକୂଲ୍ୟରେ‌ ଜିଲ୍ଲାର ୫ହଜାର ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଉକ୍ତ ପ୍ରତିଯୋଗୀତାରେ ବିଭିନ୍ନ ଜିଲ୍ଲା ଏବଂ ବ୍ଲକସ୍ତରରୁ ମନୋନୀତ ହୋଇଥିବା ପ୍ରତିଯୋଗୀ ସାମାଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶୀ ଲୋକ ନୃତ୍ୟ ଏବଂ ସଂଙ୍ଗୀତ ଆଦି ୪ଟି ବିଭାଗର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଏବଂ କନିଷ୍ଠ ୬ଟି ଗ୍ରୁପରେ ପ୍ରତିଯେଗୀମାନେ ଅଂଶଗ୍ରହଣ କରିଥିଲେ। ବିରରକ ଭାବେ ଓଡ଼ିଶୀ ନୃତ୍ୟ ପାଇଁ ମିନାକ୍ଷୀ ବେହେରା,  ସରଳା ମିଶ୍ର, ଗଜେନ୍ଦ୍ର ପଣ୍ଡା ଓ ଅଶୋକ ଘୋଷାଲ ଥିଲେ। ସଙ୍ଗୀତ ପ୍ରତିଯୋଗୀତାରେ ଗୁରୁ ଶିମାଞ୍ଚଳ ଦାସ, ବସନ୍ତ ମିଶ୍ର, ଚନ୍ଦନ ଜେନା,  ନିମାକାନ୍ତ ରାଉତରାୟ, ବିମଲେନ୍ଦୁ ଆଚାର୍ଯ୍ୟ, ଅମୃତାଂଶୁ ପାଟ୍ଟନାୟକ ବିଚାରକ ଥିଲେ। ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଡ଼କ୍ଟର ରମକୃଷ୍ଣ ସାହୁ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିବା ବେଳେ ଏକାଡେମୀର ସଚିବ ବିଜୟ କୁମାର ଜେନା କାର୍ଯ୍ୟକ୍ରମ ସଂପାଦନ କରିଥିଲେ। ଉକ୍ତ ପ୍ରତିଯୋଗୀତାରେ ପ୍ରଥମ, ଦ୍ଵତୀୟ ଏବଂ ତୃତୀୟ ପ୍ରତିଯୋଗୀଙ୍କୁ ଟ୍ରଫି ସହ ଗୁରୁବାର ରବିନ୍ଦ୍ର ମଣ୍ଡପରେ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶ ଲାଲ ମହୋଦୟ ମାନପତ୍ର ଦେଇ ସମ୍ବୋଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.