Home କେନ୍ଦୁଝର ସ୍କୁଲ ପରିସରରୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ସ୍କୁଲ ପରିସରରୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

74

ହାଟଡ଼ିହି,୧୫ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ସଢ଼ା ନିଶାକର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଏକ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର କରାଯାଇଛି । ଶବଟି ସମ୍ପୁର୍ଣ୍ଣ ପଚି ଯାଇଥିବାବେଳେ ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ । ଆଜି ସକାଳେ ଉକ୍ତ ବିଦ୍ୟାଳୟର ଶିକ୍ଷକମାନେ ସ୍କୁଲକୁ ଆସିବାପରେ ନ୍ଦୁର୍ଗନ୍ଧ ହେବାରୁ ଅଫିସରେ ବସିପାରି ନଥିଲେ । ସେମାନଙ୍କର ସନ୍ଦେହ ହେବାରୁ ସେମାନେ ସ୍କୁଲ ପରିସରରେ କଣ ପଡିଛି ବୋଲି ଖୋଜିବାରୁ ପାଇଖାନା ନିକଟରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଶବଟି ୭/୮ଦିନ ହେବ ପଡି ଥିବାରୁ ଶବଟି ସମ୍ପୁର୍ଣ୍ଣ ପଚି ନଷ୍ଟ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବାପରେ ଶହଶହ ଲୋକଙ୍କ ଭିଡ ଜମିଥିଲା । ପ୍ରଧାନ ଶିକ୍ଷକ ଏନେଇ ସ୍କୁଲ ପରିଚାଳନା କମିଟିକୁ ଡାକି ତୁରନ୍ତ ସୋସୋ ଥାନାକୁ ଜଣାଇଥିଲେ । ସୋସୋ ପୁଲିସ ପହଞ୍ଚି ଶବଟିକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ଏତେଦିନ ହେଲା ଶବଟି ସ୍କୁଲ ପାଇଖାନା ଦୁଆର ମୁହଁରେ ପଡିରହିଥିବାବେଳେ ଶିକ୍ଷକ ମାନେ କିପରି ତାହା ଜାଣିନପାରିଲେ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ସ୍କୁଲର ଚାରିପଟେ ବାଉଣ୍ଡରୀ ଥିବାବେଳେ ସ୍କୁଲ ଫାଟକରେ ତାଲା ପଡୁଛି । ଏପରି ଅବସ୍ଥାରେ ଶବଟି କାହାର, ସ୍କୁଲ ଭିତରକୁ କିପରି ଗଲା, ଏହା ହତ୍ୟା ନା ଆଉ କିଛି ଏପରି ଅନେକ ଅସମାହିତ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । ପୁଲିସ ଉପଯୁକ୍ତ ତଦନ୍ତ କଲେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.