Home କୋରାପୁଟ ସ୍ପ୍ରେଡ ଅନୁଷ୍ଠାନ ଦ୍ୱାରା ଅକ୍ସିଜେନ ଫ୍ଲୋ ମିଟର  ପ୍ରଦାନ

ସ୍ପ୍ରେଡ ଅନୁଷ୍ଠାନ ଦ୍ୱାରା ଅକ୍ସିଜେନ ଫ୍ଲୋ ମିଟର  ପ୍ରଦାନ

131

କୋରାପୁଟ ୧୫-୦୭(ଓଡିଆ ପୁଅ /ରଂଜନ ଦାସ) ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ସ୍ପ୍ରେଡ ଦ୍ୱାରା   ଅବିଭକ୍ତ  କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ମୁଖ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ମହାମାରୀ କରୋନାର ମୁକାବିଲା ନିମନ୍ତେ ଅକ୍ସିଜେନ ଫ୍ଲୋ  ମିଟର,ଫିଙ୍ଗର  ଟିପ ଅକ୍ସିମିଟର ଏବଂ ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରାଯାଇଛି । ସ୍ପ୍ରେଡର ସମ୍ପାଦକ ବିଦ୍ୟୁତ ମହାନ୍ତି,ଦୁଷ୍ମନ୍ତ କୁମାର ପାଢୀ,ମଳୟ ଜେନା ,ଅଭୟ ବେହେରା  ପ୍ରମୁଖ ଗୁରୁବାର କୋରାପୁଟ ଜିଲ୍ଲା ମୁଖ୍ୟ ଓଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରାଙ୍କୁ ସାକ୍ଷାତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ୫୦ଟି ଅକ୍ସିଜେନ ଫ୍ଲୋ ମିଟର,୪୦୦ ଫିଙ୍ଗର ଟିପ ଅକ୍ସି ମିଟର ଓ ୨୫ଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ହସ୍ତାନ୍ତର କରାଯାଇଛି । ସେହିପରି ରାୟଗଡା ଜିଲ୍ଲା ପାଇଁ ଅକ୍ସିଜେନ ଫ୍ଲୋ ମିଟର ୫୦ ଓ ଜୁମ୍ବୋ ସିଲିଣ୍ଡର ୫୦ଟି ଦିଆଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ନିମନ୍ତେ ୧୦୦ ଟି ଅକ୍ସିଜେନ ଫ୍ଲୋ ମିଟର,୪୦୦ ଫିଙ୍ଗର ଟିପ ଅକ୍ସିମିଟର ଓ ୪୦ଟି ଜୁମ୍ବୋ ସିଲିଣ୍ଡର୍ ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ମାଲାକାନଗିରି ଓ କଳାହାଣ୍ଡି ଜିଲା ପାଇଁ ଯଥାକ୍ରମେ ୨୦୦  ଓ ୩୦୦ ଅକ୍ସିଜେନ ଫ୍ଲୋ ମିଟର,ଅକ୍ସିଜେନ ଫିଂଗର ଟିପ୩୦୦ ଓ ୧୦୦   ଗୋଟି ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.