Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରତୀୟ ସିନେମା- ସତ୍ୟଜିତ ରାୟ ଓ ପରେ ଶୀର୍ଷକ ଅନଲାଇନ ଆଲୋଚନା...

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରତୀୟ ସିନେମା- ସତ୍ୟଜିତ ରାୟ ଓ ପରେ ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

100

କୋରାପୁଟ  ୧୫-୦୭(ଓଡିଆ ପୁଅ /ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଆନୁକୁଲ୍ୟରେ  ଭାରତୀୟ ସିନେମା ସତ୍ୟଜିତ ରାୟ ଓ ପରେ ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଭୂପେନ୍ଦ୍ର କୋଇଂଥଲା ଯୋଗଦେଇ ସତ୍ୟଜିତ ରାୟଙ୍କ ସିନେମା କିପରି ଭାରତୀୟ ଚଳଚିତ୍ର ନିର୍ମାଣରେ ସମଗ୍ର ଆଭିମୁଖ୍ୟକୁ  ଏକା ଆକାର ଦେଇଥିଲା ତାହା ଅଲୋକପାତ କରିଥିଲେ ।ଏଫଟିଆଇଆଇ ଦ୍ୱାରା ପ୍ରଦାନ କରାଯାଉଥିବା ସ୍ୱଳ୍ପ ମିଆଦୀ ଓ ଅନଲାଇନ ପାଠ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଚଳଚିତ ୍ରଶିକ୍ଷା ପାଇପାରିବେ ବୋଲି ସେ ସୂଚନା ଦେଇଥିଲେ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପରିଦର୍ଶକ ପ୍ରଫେସର ଅକ୍ଷୟ ରାଉତ ଉଦଘାଟନୀ ଅଧିବେଶନର ଅଧ୍ୟକ୍ଷତା କରିଥିଲେ ।ବିଶ୍ୱ ସିନେମାରେ ସତ୍ୟଜିତ ରାୟଙ୍କ ଗୁରୁତ୍ୱ ଓ ଅନଲାଇନ ଆଲୋଚନା ଚକ୍ର ସଂପର୍କରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ତଥା ଅନଲଇନ ଆଲୋଚନା ଚକ୍ରର ଆବାହକ ଡ.ସୈାରଭ ଗୁପ୍ତା ଆଲୋକପାତ କରିଥିଲେ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର କାର୍ଯ୍ୟକାରୀ ମୁଖ୍ୟ ଡ. ପ୍ରଦୋଷ ରଥ ସ୍ୱାଗତ ଭାଷଣ ଦେବା ସହ ଅତଥିିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ଜୈବ ବିବିଧତା ଓ ପ୍ରାକୃତିକ  ସମ୍ପଦ ସଂରକ୍ଷଣ ବିଦ୍ୟାପୀଠର ଡିନ ପ୍ରଫେସର ଶରତ କୁମାର ପଳିତା ଏବଂ ସମାଜ ବିଜ୍ଞାନର ପରିଦର୍ଶକ ପ୍ରଫେସର ପି.ଦୁର୍ଗା ପ୍ରସାଦ ଉଦଘାଟନୀ ଭାଷଣ ପ୍ରଦାନ କରିଥିଲେ ।ସତ୍ୟଜିତ ରାୟଙ୍କ ଚଳଚିତ୍ର କେବଳ କାହାଣୀ ବର୍ଣ୍ଣନା କରିବା ବିଷୟରେ ନୁହେଁ ବରଂ ଏହାର ମୂଳ ପାଠ୍ୟ ବାହାରେ ଅନେକ କିଛି ସୁଚାଇ ଦେଉଥିଲା ବୋଲି କୋଲକତାସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ଡିନ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ମାତା ଅଶୋକ ବିଶ୍ୱନାଥନ  ଯୋଗଦେଇ ପ୍ରକାଶ କରିଥିଲେ ।ଓଡିଆ ସିନେମା ତଥା ଆଂଚଳିକ ସିନେମା ଉପରେ ରାୟଙ୍କ ଚଳଚିତ୍ର ନିର୍ମାଣ ଶୈଳୀର ପ୍ରଭାବ ବିଷୟରେ ଓଡିଶାର ବିଶିଷ୍ଟ ଚଳଚିତ୍ର ନିର୍ମାତା ତଥା ପୁନେସ୍ଥିତ ଏଫଟିଆଇଆଇରେ ଶିକ୍ଷା ଲାଭ କରିଥିବା ଗଦାଧର ପୁଟି ଯୋଗଦେଇ ବର୍ଣ୍ଣନା କରିଥିଲେ ।ଅଧ୍ୟାପିକା ଡ.ସୋନୀ ପାଢୀଙ୍କ ଅଧ୍ୟକ୍ଷତାରେ ପାରସ୍ପରିକ ଅଧିବେଶନ ହୋଇଥିଲା ଯେଉଁଥିରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ପ୍ରଶ୍ନ ଓ ଅନୁଭୂତି ରଖିଥିଲେ ।ଅଧ୍ୟାପକ ସୁଜିତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାର୍ଥୀ ଏ.ଟି.ସନ୍ନି ଓ ମୈାସୁମି ଜେନା ଅନଲାଇନ ଆଲୋଚନା ଚକ୍ର  ପରିଚାଳନାରେ ସହ ଯୋଗ କରିଥିଲେ ।ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ.ଅସିତ କୁମାର ଦାସ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଫେସର ପି.କେ.ଜେନା,ଲୋକ ସମ୍ପକ ଅଧିକାରୀ ଡ.ଫଗୁନାଥ ଭୋଇ, ଢେଙ୍କାନାଳସ୍ଥିତ ଆଇଆଇଏମସିର ମୁଖ୍ୟପ୍ରଫେସର ମୃଣାଃ ଚାଟାର୍ଜୀ, ବିଶିଷ୍ଟ ସାମ୍ବାଦିକ ଶ୍ୟାମହରି ଚକ୍ର, ବିଶିଷ୍ଟ ଚଳଚିତ୍ର ନିର୍ମାତା ବିରେନ ଦାସ,ଜାମ୍ମୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଅର୍ଜନା କୁମାରୀ,ଓାର୍ଧାସ୍ଥିତ ମହାତ୍ମାଗାନ୍ଧୀ ଅନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ.ପି.ଭାରତୀ ଏବଂ ଡ.ସୁରଭି ବିପ୍ଲବ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.