Home ଓଡ଼ିଶା ସ୍କୁଲ ଗେଟକାନ୍ଥ ପଡି ୨ ଛାତ୍ରୀ ଆହତ ; କୋରାପୁଟ ମେଡିକାଲରେ ଭର୍ତି

ସ୍କୁଲ ଗେଟକାନ୍ଥ ପଡି ୨ ଛାତ୍ରୀ ଆହତ ; କୋରାପୁଟ ମେଡିକାଲରେ ଭର୍ତି

112

କୋରାପୁଟ ; ତା୧୩-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସିଂହଗୁଡା ପ୍ରାଥମିକ ବିଦ୍ୟାଳୟର ଗେଟକାନ୍ଥ ପଡି ୨ ଛାତ୍ରୀ ଆହତ ହୋଇ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି ।ବନ୍ଧଗୁଡା ଗ୍ରାମର ଗୀତାଞଳି ହରିଜନ ଓ ମାଧୁରୀ ହରିଜନ ସିଂହଗୁଡା ସ୍କୁଲରେ ୩ ୟ ଶ୍ରେଣୀରେ ପାଠ ପଢନ୍ତି ଆଜି ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଖେଳୁଥିବା ସମୟରେ ଗେଟକାନ୍ଥ ପଡିଯିବାରୁ ଆହତ ହୋଇଥିଲେ ଓ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।କୋରାପୁଟ ଡାକ୍ତରଖାନାରେ ଏକ୍ସ-ରେ ଓ ସିଟିସ୍କାନ କରାଯାଇଥିବା ଜଣାପଡିଛି ।ଗୀତାଞଳିର ଅବସ୍ଥା ଗୁରୁତର ଥିବା ଜଣାପଡିଛି ।ସ୍କୁଲରେ ୪ ଜଣ ଶିକ୍ଷକ /ଶିକ୍ଷୟତ୍ରୀ ରହିଥିବା ବେଳେ ୧୧୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ କିପରି ଅଘଟଣ ହେଲା ତାହାର ତଦନ୍ତ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.